ତାଳଚେର: ତାଳଚେର ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ଚନ୍ଦ୍ରମଣି ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି। ବୁଧବାର ଭୋରରୁ ଏକକାଳୀନ ୫ ଟି ଟିମ୍ ଚଢଉ ଜାରି ରଖିଥିଲେ। ସହକାରୀ ଯନ୍ତ୍ରୀ ଶ୍ରୀ ସାହୁ ଆୟ ବହିର୍ଭୁତ ସମ୍ପତ୍ତିର ଅଧିକାରୀ ଥିବା ଅଭିଯୋଗ ପାଇବା ପରେ ସେ ଭିଜିଲାନ୍ସ ସ୍କାନରରେ ଥିଲେ। ଢେଙ୍କାନାଳ ଟାଉନ ପ୍ଲାନିଂ ସ୍ଥିତ ବାସଭବନ ସମେତ ଶ୍ୱଶୁର ଘର , ସରକାରୀ କ୍ୱାର୍ଟର୍ସ, ପୈତୃକ ଘର, ଭୁବନେଶ୍ୱରର ଏକ ଆପାର୍ଟମେଂଟ ଓ କାର୍ଯ୍ୟାଳୟରେ ଭିଜିଲାନ୍ସ ଟିମ୍ ଛାନଭିନ କରିଥିଲା। କଟକ , ଢେଙ୍କାନାଳ ଓ ଅନୁଗୁଳ ଭିଜିଲାନ୍ସ ଅଧିକାରୀ ଓ କର୍ମଚାରୀ ଚଢଉରେ ସାମିଲ ଥିଲେ।
ଆୟ ବହିର୍ଭୁତ ସମ୍ପତ୍ତି ଠୁଳ
- Post published:November 18, 2020
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau
