ଏଣିକି ଜେଲ୍‌ ଷ୍ଟାଫ୍‌ଙ୍କୁ ମିଳିବ ଲେନ୍‌ସ ଯୁକ୍ତ ବର୍ଦ୍ଦି

You are currently viewing ଏଣିକି ଜେଲ୍‌ ଷ୍ଟାଫ୍‌ଙ୍କୁ ମିଳିବ ଲେନ୍‌ସ ଯୁକ୍ତ ବର୍ଦ୍ଦି

ଅନୁଗୁଳ: ଜେଲ୍‌ରେ ଥାଇ ବି କଏଦୀ କରୁଛନ୍ତି ଅପରାଧ। ଦାଦାବଟି ମାଗିବାଠୁଁ ସୁପାରି କିଲି˚, ଲୁଟ୍‌ ସବୁ କିଛି ଜେଲ୍‌ ଭିତରୁ ନିୟନ୍ତ୍ରଣ ହେଉଛି। ଏଣେ ବେଳେବେଳେ ଜେଲ୍‌ ଷ୍ଟାଫ୍‌ କଏଦୀମାନଙ୍କୁ ବାଡ଼ିଆପିଟା କରୁଥିବା ନେଇ ମଧ୍ଯ ଅଭିଯୋଗ ହେଉଛି। ହାଜତ ମୃତ୍ୟୁ ଅଭିଯୋଗ ମଧୢ ଓଡ଼ିଶାରେ ବଢ଼ିଛି। ଏହାକୁ ଦୂର କରିବା ପାଇଁ ସରକାର ଏବେ ଜେଲ୍‌ ଷ୍ଟାଫ୍‌ଙ୍କୁ କ୍ୟାମେରା ଯୁକ୍ତ ପୋଷାକ ଦେବାପାଇଁ ବିଚାର କରୁଛନ୍ତି। ଗୃହ ବିଭାଗର ସବୁଜ ସ˚କେତ ମିଳିଲେ ରାଜ୍ୟରେ ଏହି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯିବ। ଏହି ବ୍ୟବସ୍ଥା ଦ୍ବାରା ଜେଲ୍‌ ଷ୍ଟାଫ୍‌ଙ୍କ ଗତିବିଧି ସହ ବିଚାରାଧୀନ କଏଦୀଙ୍କ ଉପରେ କଡ଼ା ନଜର ରଖାଯାଇପାରିବ।

Share

Leave a Reply