ଅନୁଗୁଳ: ଶୁକ୍ରବାର ଛେଣ୍ଡିପଦା ଥାନା କଣଲୋଇ ଅଞ୍ଚଳରେ ପୁଣି ଅବକାରୀ ଓ ବନ ବିଭାଗ ମିଳିତ ଭାବେ ଚଢଉ କରିଛନ୍ତି। ପ୍ରାୟ ଦେଢ଼ ଏକର ଜାଗାରେ ଚାଷ କରାଯାଇଥିବା ୯ ହଜାରରୁ ଅଧିକ ପରିପକ୍ଵ ଗଂଜେଇ ଗଛ କାଟି ପୋଡ଼ି ଦିଆଯାଉଛି। ନଷ୍ଟ ହୋଇଥିବା ଗଞ୍ଜେଇ ଗଛର ଦାମ୍ ପ୍ରାୟ ୯୦ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି l ମାଜିଷ୍ଟ୍ରେଟ ଅତିରିକ୍ତ ତହସିଲଦାର ପ୍ରକାଶ ନାୟକଙ୍କ ଉପସ୍ଥିତିରେ ଏବଂ ଅବକାରୀ ଅଧିକ୍ଷକ ରମେନ୍ଦ୍ର ନାୟକଙ୍କ ନେତୃତ୍ବରେ ଚଢଉ ହୋଇଥିଲା। ସଦର ଅବକାରୀ ନିରୀକ୍ଷକ ଦିଲ୍ଲୀପ ବେହେରା, ପୁଲିସ ଜଙ୍ଗଲ ବିଭାଗ ଅଧିକାରୀଙ୍କ ସହଯୋଗରେ ଏହି ଚଢାଉ କରାଯାଇଥିଲା l
କୋଟିଏ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ
- Post published:December 12, 2020
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
