ଛେଣ୍ଡିପଦା: ବାଲି ଚାଲାଣକୁ ବିରୋଧ କରିବାରୁ ଗ୍ରାମବାସୀଙ୍କ ନାମରେ ଏତଲା। ଟ୍ରାକ୍ଟର ଡ୍ରାଇଭରଙ୍କ ଅଭିଯୋଗ କ୍ରମେ ପୁଲିସ୍ ୧୧ ଜଣ ଗ୍ରାମବାସୀଙ୍କ ନାମରେ କେଶ୍ ରୁଜୁ କରିଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଛେଣ୍ଡିପଦା ଥାନା ଚାଙ୍ଗୁଡିଆ ଗ୍ରାମରେ। ଚାନ୍ଦା ଆଦାୟ ପାଇଁ ୧୧ ଗ୍ରାମବାସୀଙ୍କ ଜୁଲମ ନେଇ ମିଛ ମାମଲା ଯୋଗୁଁ ଗ୍ରାମରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଏହାକୁ ବିରୋଧ କରି ଚାଙ୍ଗୁଡିଆ ଗ୍ରାମର ଶତାଧିକ ଗ୍ରାମବାସୀ ଗୁରୁବାର ଛେଣ୍ଡିପଦା ଥାନା ଘେରାଉ କରିଛନ୍ତି। ପୁଲିସ୍ ଅଧିକାରୀ ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ।
ଥାନା ଘେରିଲେ ଗ୍ରାମବାସୀ
- Post published:October 22, 2020
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau

Tags: Chhendipada