ଭିଣୋଇକୁ ଶାଳୀର ବ୍ଲକମେଲିଂ, ‘୩୦ ଲକ୍ଷଦିଅ, ନହେଲେ ଭାଇରାଲ କରିଦେବି’

0

ଅନୁଗୁଳ: ଶାଳୀକୁ ନିଜ ଘରେ ଆଶ୍ରୟ ଦେବା ଭିଣୋଇ ପାଇଁ ପଡ଼ିଲା ମହଙ୍ଗା । ଯେଉଁ ଶାଳୀ ଦିନେ ଭିଣୋଇ ଘରେ ରହିବାକୁ କାକୁତିମିନତି ହୋଇଥିଲା, ଆଜି ଅନ୍ୟ ଜଣେ ମହିଳାଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ ଭୟ ଦେଖାଇ ଟଙ୍କା ମାଗୁଛି । ବଅଁରପାଳ ଥାନା ଇଲାକା ଗୋତମରା ଗ୍ରାମରେ ଏଭଳି ଘଟଣା ଘଟିଛି । ଶାଳୀର ବ୍ଲାକମେଲିଂରେ ଅତିଷ୍ଠ ହେବା ପରେ ଭିଣୋଇ ଥାନାର ଦ୍ବାରସ୍ଥ ହୋଇଛନ୍ତି । ଥାନାରେ ଏତଲା କ୍ରମେ ପୁଲିସ୍ ମାମଲା ରୁଜୁ କରି ଛାନ୍‌ଭିନ୍ ଚଳାଇଛି ।ପୁଲିସ୍ ସୂଚନା ମୁତାବକ, ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଇଲାକାର ଜଣେ ବ୍ୟକ୍ତିଙ୍କ ବଅଁରପାଳ ଥାନା ଇଲାକା ଗୋତମରା ଗାଁରେ ଘର ରହିଛି । ଏଥିରୁ କିଛି ଘର ଭଡ଼ା ଲାଗିଛି । ଆଉ ଏକ ଘରେ ତାଙ୍କ ନିଜ ଶାଳୀଙ୍କୁ ସେ ଆଶ୍ରୟ ଦେଇଥିଲେ। ଶାଳୀଙ୍କ ନିଜ ଘର ନଥିବା ବେଳେ ସେ ଭିଣୋଇଙ୍କ ଘରେ ରହିବା ସହ ଭଡ଼ାଟିଆଙ୍କ ଠାରୁ ଘର ଭଡ଼ା ଆଦାୟ କରି ଦେଉଥିଲେ । ତେବେ ୪ ମାସ ଘର ଭଡ଼ା ଦେବା ପରେ ଆହୁରି ୩୭ ମାସର ଭଡ଼ା ମାଗିବାରୁ ମହିଳା ଦେଇନଥିଲେ । ବରଂ ଓଲଟା ୩୦ ଲକ୍ଷ ଟଙ୍କା ଦାବି କରିଥିଲେ। ୩୦ ଲକ୍ଷ ଟଙ୍କା ନଦେଲେ ଭିଣୋଇଙ୍କ ଅନ୍ୟ ଜଣେ ମହିଳାଙ୍କ ସହ ରହିଥିବା ଅଶ୍ଳୀଳ ଭିଡିଓ ଭାଇରାଲ କରିଦେବେ ବୋଲି ଧମକ ଦେଉଛନ୍ତି । ବ୍ଲାକମେଲିଂ ଅସହ୍ୟ ହେବା ପରେ ପୁଲିସ୍ର ସହାୟତା ଲୋଡ଼ିଛନ୍ତି ବିଚରା ଭିଣୋଇ। ପୁଲିସ୍ ଏ ସଂକ୍ରାନ୍ତରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

online coaching

Leave A Reply

Your email address will not be published.