Skip to content
- ଅନୁଗୁଳ: ପାଳଲହଡା ବ୍ଲକ ତଥା ଖମାର ଥାନା ରୋହିରା ରୁଗୁଡିସାହିରେ ଜଣେ ୧୫ ବର୍ଷର ନାବାଳିକା ପାର୍ବତୀ ହେମ୍ବ୍ରମଙ୍କର ବୁଧବାର ସନ୍ଦେହଜନକ ଭାବରେ ମୃତ୍ୟୁ ହେଇଛି। ଏକ କେନ୍ଦୁଗଛରୁ ତାଙ୍କର ଝୁଲନ୍ତା ଶବ ଉଦ୍ଧାର କରାଯାଇଥିଲା। ନାବାଳିକାର ନିଜଘର ଡିମିରିଆ ପଞ୍ଚାୟତର ଖଜୁରିଆ ଗ୍ରାମରେ। ଦୁଇ ମାସ ହେଲା ସେ ରୋହିରା ସ୍ଥିତ ମାଉସୀ ଘରେ ରହୁଥିଲେ। ଗତକାଲି ଧାନ କାଟିବା ପାଇଁ ଵିଲକୁ ଯାଇ ସନ୍ଧ୍ୟା ସୁଧା ଘରକୁ ଫେରି ନଥିଲେ। ଘରକୁ ଫେରି ନଥିଲା। ଖମାର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଏହା ହତ୍ୟା ନା ଆତ୍ମହତ୍ୟା ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ସ୍ପଷ୍ଟ ହେବ ବୋଲି ଖମାର ଥାନା ଅଧିକାରୀ ନିରୋଦ ଦାସ ପ୍ରକାଶ କରିଛନ୍ତି।
You Might Also Like
error: Content is protected !!