ନାଲକୋ ପ୍ଲାଣ୍ଟରେ ଦୁର୍ଘଟଣା

You are currently viewing ନାଲକୋ ପ୍ଲାଣ୍ଟରେ ଦୁର୍ଘଟଣା

ଅନୁଗୁଳ: ନାଲକୋ ସ୍ମେଲଟର ପ୍ଲାଣ୍ଟରେ ଏକ ଅଘଟଣ ଘଟି ଜଣେ ଠିକା ଶ୍ରମିକଙ୍କର ଶୋଚନୀୟ ମୃତ୍ୟୁ ହୋଇଛି। ମୃତକ ତୁଳସୀପାଳ ଗ୍ରାମର ଅକ୍ଷୟ ଦେହୁରୀ ବୋଲି ଜଣା ପଡିଛି। ସେ କାରଖାନାରେ ସିଟ ଛପର କରୁଥିବା ବେଳେ ତଳକୁ ଖସି ପଡ଼ିଥିଲେ। ତଳେ କଚାଡ଼ି ହୋଇ ପଡ଼ିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତକଙ୍କ ପରିବାରକୁ କ୍ଷତିପୂରଣ ଏବଂ ସୁରକ୍ଷା ଦାବି କରି ସହଯୋଗୀମାନେ ଶବ ଅଟକ ରଖି ଥିଲ। ଫଳରେ କାରଖାନାରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ନାଲକୋ ପୁଲିସ ଘଟଣାସ୍ଥଳରେ ପହଁଚି ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

Share

Leave a Reply