ପଞ୍ଚାୟତ କାର୍ଯ୍ୟାଳୟରୁ ଭତ୍ତା ଟଙ୍କା ଚୋରି Copy

You are currently viewing ପଞ୍ଚାୟତ କାର୍ଯ୍ୟାଳୟରୁ  ଭତ୍ତା ଟଙ୍କା ଚୋରି  Copy

ଅନୁଗୁଳ: ଆଠମଲ୍ଲିକ ବ୍ଲକ୍ ତଥା ଠାକୁରଗଡ଼ ଥାନାର ଟାପଢୋଲ ପଞ୍ଚାୟତ କାର୍ଯ୍ୟାଳୟରୁ ଗତ ରାତିରେ ଚୋରି ହୋଇଛି । ଗତ ରାତିରେ କେହି ଦୁର୍ବୃତ୍ତ ପଞ୍ଚାୟତ କାର୍ଯ୍ୟାଳୟ ଆଲମିରା ଭାଙ୍ଗି ଏକ ଲକ୍ଷ ୭୦ ହଜାର ଟଙ୍କା ନେଇ ଯାଇଥିବା ପୁଲିସ ନିକଟରେ ଅଭିଯୋଗ ହୋଇଛି। ଏହି ଟଙ୍କା ବିଭିନ୍ନ ବର୍ଗର ହିତାଧିକାରୀଙ୍କ ଭତ୍ତା ଟଙ୍କା ବୋଲି ଜଣାପଡ଼ିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ,ସୋମବାର ପଂଚାୟତ ଅଧିକାରୀ ସତ୍ୟବାଦୀ ନାୟକ ବିଧବା, ଭିନ୍ନକ୍ଷମ ଏବଂ ବାର୍ଦ୍ଧକ୍ୟ ଭତ୍ତା ପଂଚାୟତର ବିଭିନ୍ନ ଗ୍ରାମରେ ବଣ୍ଟନ କରିବା ପରେ ବଳକା ଟଙ୍କା (୧ ଲକ୍ଷ ୭୦ ହଜାର) ପଞ୍ଚାୟତ କାର୍ଯ୍ୟାଳୟ ଆଲମିରାରେ ରଖିଥିଲେ। ଅଫିସ୍ ତାଲା ପକାଇ ସେ ଘରକୁ ଫେରିଥିଲେ । ହେଲେ ରାତିରେ କେହି ଦୁର୍ବୃତ୍ତ ତାଲା ଭାଙ୍ଗି ଆଲମିରା ଭିତରୁ ଟଙ୍କାତକ ନେଇ ଯାଇଥିବା ଜଣାପଡ଼ିଛି । ମଙ୍ଗଳବାର ସକାଳେ ଏ ସମ୍ପର୍କରେ ନିର୍ବାହୀ ଅଧିକାରୀ ଶ୍ରୀ ନାୟକ ଜାଣିବା ପରେ ଘଟଣା ସମ୍ପର୍କରେ ସରପଞ୍ଚଙ୍କୁ ଜଣାଇଥିଲେ। ସରପଞ୍ଚ ଠାକୁରଗଡ଼ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିଲା।

Share

Leave a Reply