ବନ୍ଦ ହେବ ସୁପରସ୍ପେଶିଆଲିଟି ସ୍ୱାସ୍ଥ୍ୟସେବା !

You are currently viewing ବନ୍ଦ ହେବ ସୁପରସ୍ପେଶିଆଲିଟି ସ୍ୱାସ୍ଥ୍ୟସେବା !

ଅନୁଗୁଳ: ଜନଜୀବନ ସୁରକ୍ଷା କମିଟି ତଥା ଅନୁଗୁଳବାସୀଙ୍କ ଦାବିକୁ ସମ୍ମାନ ଜଣାଇ ଗତ କିଛି ବର୍ଷ ଧରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସୁପରସ୍ପେଶିଆଲିଟି ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇଆସୁଛି। କାର୍ଡିଓଲୋଜି, ନ୍ୟୁରୋଲୋଜି, ୟୁରୋଲୋଜି, ଗ୍ୟାଷ୍ଟ୍ରୋ ଏଣ୍ଟୋଲୋଜି, ଓପଥାମାେଲୋଜି ଆଦି ବିଭାଗରେ ଆସିଷ୍ଟାଣ୍ଟ ପ୍ରଫେସରମାନେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆସି ରୋଗୀ ଦେଖୁଥିଲେ l ପ୍ରତି ସପ୍ତାହରେ ଦିନେ ହେଲେ ବି କେବଳ ଅନୁଗୁଳ କାହିଁକି ପଡୋଶୀ ଜିଲ୍ଲାରୁ ବି ରୋଗୀମାନେ ଏଥିରୁ ଉପକୃତ ହେଉଛନ୍ତି l ଡିଏମଏଫରୁ ଡାକ୍ତରମାନଙ୍କୁ ପାରିଶ୍ରମିକ ଦିଆ ଯାଇଛି। ତେବେ ଜଣେ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଦୂରଦୃଷ୍ଟିହୀନତା ଯୋଗୁଁ କାର୍ଡିଓଲୋଜି, ନ୍ୟୁରୋଲୋଜି ଏବଂ ଅପଥାମୋଲୋଜି ବ୍ୟତୀତ ବାକି ସବୁ ବିଭାଗ ବନ୍ଦ ହେବାକୁ ଯାଉଛି। ବାକି ସବୁ ବିଭାଗର ବିଶେଷଜ୍ଞ ମାସରେ ୫ ଦିନ ପରିବର୍ତ୍ତେ ମାତ୍ର ଗୋଟିଏ ଦିନ ଆସିବାକୁ କୁହାଯାଇଛି l ଏପରି ସ୍ଥଳେ ସଂପୃକ୍ତ ବରିଷ୍ଠ ଡାକ୍ତରମାନେ ଆଉ କାର୍ଯ୍ଯରେ ଯୋଗଦେବା ଆଶା କ୍ଷୀଣ l ଏଣୁ ସୁପରସ୍ପେଶିଆଲିଟି ରୋଗୀସେବା ବ୍ୟାହତ ହେବା ନିଶ୍ଚିତ l ତେବେ ଜିଲ୍ଲାପାଳଙ୍କ ପୁନଃବିଚାର ଦ୍ଵାରା ହିଁ ସୁପରସ୍ପେଶିଆଲିଟି ସେବା ପୁନର୍ବାହାଲ୍ ହୋଇପାରିବ ବୋଲି କୁହାଯାଉଛି।

Share

Leave a Reply