ସଡ଼କ ଦୁର୍ଘଟଣାରେ ଯୁବକ ମୃତ, ଟାଟା ପାୱାର କମ୍ପାନୀରେ ସ୍ଥାୟୀ ଚାକିରିଆ ଭାବେ ଯାଉଥିଲେ ଯୋଗ ଦେବାକୁ

You are currently viewing ସଡ଼କ ଦୁର୍ଘଟଣାରେ ଯୁବକ ମୃତ, ଟାଟା ପାୱାର କମ୍ପାନୀରେ ସ୍ଥାୟୀ ଚାକିରିଆ ଭାବେ ଯାଉଥିଲେ ଯୋଗ ଦେବାକୁ

ବଅଁରପାଳ: ବଅଁରପାଳ ଥାନା ଅଧୀନ ୫୫ ନଂ ଜାତୀୟ ରାଜପଥର ସିପିପି ଛକ ନିକଟରେ ମଙ୍ଗଳବାର ସକାଳେ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବଅଁରପାଳ ବ୍ଲକ ଅପର୍ତ୍ତିପୁର ଗ୍ରାମର ମାର୍କଣ୍ଡ ସାମଲଙ୍କ ପୁଅ ରାଜେଶ ସାମଲ(୨୭)। ସେ ଆଜି ସ୍ଥାନୀୟ ଟାଟା ପାୱାର କମ୍ପାନୀରେ ସ୍ଥାୟୀ ଚାକିରିଆ ଭାବେ ଯୋଗ ଦେବାକୁ ଯାଉଥିଲେ।

ସୂଚନା ମୁତାବକ, ଆଜି ସକାଳେ ରାଜେଶ ନିଜ ମୋଟର ସାଇକେଲ (ଓଡି-୧୯-ଟି ୨୯୪) ରେ ଅନୁଗୁଳ ଯିବା ବେଳେ ସିପିପି ଛକ ନିକଟରେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇ ପଳାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ କଟକ ନିଆଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଛି। ସ୍ଥାନୀୟ ଲୋକେ ଓ ପରିବାରବର୍ଗ କ୍ଷତିପୂରଣ ଦାବିରେ ଟାଟା ପାୱାର କାର୍ଯ୍ୟାଳୟ ସାମ୍ନାରେ ଶବ ରଖି ଧାରଣାରେ ବସିଥିଲେ। ଟାଟା ପାୱାର ଅଧିକାରୀମାନେ ଧାରଣାସ୍ଥଳରେ ପହଞ୍ଚି ମୃତକଙ୍କ ପରିବାରକୁ ନଗଦ ୫୦ ହଜାର ଟଙ୍କା ଦେବା ସହ ଟାଟା କମ୍ପାନିର ଗାଇଡ୍ ଲାଇନ ଅନୁଯାୟୀ କ୍ଷତି ପୂରଣ ମିଳିବ ବୋଲି ପ୍ରତିଶ୍ରୁତି ଦେବାରୁ ଘଟଣାସ୍ଥଳରୁ ଧାରଣା ହଟିଥିଲା।

Share

Leave a Reply