ବର୍ଷ ବର୍ଷ ଧରି ପୁଲିସ୍ ନାକ ତଳେ ଚାଲିଥିଲା ନକଲି ମଦ କାରଖାନା

You are currently viewing ବର୍ଷ ବର୍ଷ ଧରି ପୁଲିସ୍ ନାକ ତଳେ ଚାଲିଥିଲା ନକଲି ମଦ କାରଖାନା

ଅନୁଗୁଳ: ବର୍ଷ ବର୍ଷ ଧରି ବଅଁରପାଳ ଥାନା ମହୀଧରପୁର ଫାଣ୍ଡି ଅନ୍ତର୍ଗତ ଗୋଡ଼ିସାହିରେ ଚାଲିଥିବା ଏକ ନକଲି ବିଦେଶୀ ମଦ ତିଆରି କାରଖାନା ଉପରେ ଜିଲ୍ଲା ପୁଲିସର ସ୍ପେସାଲ୍ ସ୍କ୍ଵାଡ ଚଢ଼ାଉ କରି ୨ ଜଣଙ୍କୁ ଗିରଫ କରିଛି। ସେଠାରୁ ୧୫୧ ବୋତଲ ନକଲି ମଦ ସହ ୭୦୦ ଖାଲି ବୋତଲ ଏବଂ ମଦ ତିଆରି ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି। ମଦ ମାଫିଆମାନେ ଏହି ମଦକୁ ବିଭିନ୍ନ ଗ୍ରାମାଞ୍ଚଳ ଏବଂ ଢାବାକୁ ଚାଲାଣ କରୁଥିବା ଚର୍ଚ୍ଚା‌ ହେଉଛି। ଗିରଫ ମଦ ମାଫିଆ ଦୁଇଜଣ ହେଲେ ସଂଗ୍ରାମ ସାହୁ ଓ ମଣ୍ଟୁ ବେହେରା। ପୁଲିସ୍‌ ଉପଯୁକ୍ତ ତଦନ୍ତ କଲେ ଏହାର ଚେର କୁଆଡ଼େ ଯାଇଛି ତାହା ଜଣାପଡ଼ିବ। ତଳମୂଳ ଗୋଡ଼ିସାହିରେ ବର୍ଷ ବର୍ଷ ଧରି ଏହି ନକଲି ମଦ ତିଆରି କାରଖାନା ଚାଲିଆସିଥିଲେ ମଧ୍ୟ ଅବକାରୀ ବିଭାଗ କିମ୍ବା ସ୍ଥାନୀୟ ପୁଲିସର ନଜର ନପଡ଼ିବା ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାସୀ ସୃଷ୍ଟି କରିଛି।

Share

Leave a Reply