ଭାଗବଣ୍ଟା ବେଳେ ମାଡ଼ି ବସିଲା ବନ ବିଭାଗ

You are currently viewing ଭାଗବଣ୍ଟା ବେଳେ ମାଡ଼ି ବସିଲା ବନ ବିଭାଗ

ଅନୁଗୁଳ: ଆଠମଲ୍ଲିକ ବ୍ଳକ୍‌ ଠାକୁରଗଡ଼ ଥାନା ଅନ୍ତର୍ଗତ ଗିରିଡ଼ା ଗାଁରେ ବନ ବିଭାଗ ଅତର୍କିତ ଚଢ଼ଉ କରି ୧୨ କେଜି ବାର‌୍‌ହା ମା˚ସ ଜବତ କରିଛି। ଜନ୍ତୁ ଶିକାର ଅଭିଯୋଗରେ ୫ ଜଣଙ୍କୁ ଗିରଫ କରାଯାଇଥିବା ଧଣ୍ତାତୋପା ବନାଞ୍ଚଳ ଅଧିକାରୀ ରାହାସ ସାହୁ ସୂଚନା ଦେଇଛନ୍ତି।
ଜଙ୍ଗଲରେ ବିଦ୍ୟୁତ୍‌ ତାର ବିଛାଇ ଜନ୍ତୁ ଶିକାର କରାଯାଇଥିବା ପକ୍କା ସୂଚନା ପାଇ ଧଣ୍ତାତୋପା ବନାଞ୍ଚଳ କାର୍ଯ୍ୟାଳୟର ଏକ ଟିମ୍‌ ଗତକାଲି ସକାଳ ୯ଟା ବେଳେ ଗିରିଡ଼ା ଗ୍ରାମରେ ଚଢ଼ଉ କରିଥିଲା। ଘଟଣାସ୍ଥଳରୁ ଗିରିଡ଼ା ଗାଁର ଭଗବାନ ପଧାନ (୫୮), ପୋଡ଼ାପଦର ଗ୍ରାମର ସୁରେଶ ନାୟକ (୩୮) ଓ ରମାକାନ୍ତ ନାୟକ (୩୫), ଠାକୁରଗଡ଼ ଗ୍ରାମର ରଜନୀ ପଧାନ (୪୨) ଓ ଶିଶୁକଟା ଗାଁର ସହଦେବ ନାୟକ (୪୦)ଙ୍କୁ କାବୁ କରିଥିଲା ବନ ବିଭାଗ। ସେମାନଙ୍କଠାରୁ ୧୨ କେଜି ବାର‌୍‌ହା ମା˚ସ, ୫ କେଜି ଓଜନର ଜିଆଇ ତାର, ଧନୁ, ଟାଙ୍ଗିଆ, ଛୁରି, ପନିକି ସମେତ ଏକ ନିକିତି ଜବତ କରାଯାଇଥିଲା। ଏ ସ˚କ୍ରାନ୍ତରେ ବନ ବିଭାଗ ଏକ କେସ୍‌ ରୂଜୁ କରିଥିବା ବେଳେ ଗୁରୁବାର ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା।

Share

Leave a Reply