ଅନୁଗୁଳ: ବର୍ତ୍ତମାନ କୋଭିଡ୍ ପରିସ୍ଥିତି କାରଣରୁ ଦେଶରେ ଟ୍ରେନ ଚଳାଚଳ ସ୍ବାଭାବିକ ହୋଇନାହିଁ। ତେବେ କ୍ରମଶଃ ସ୍ଥିତି ସ୍ବାଭାବିକ ହେବାରେ ଲାଗିଥିବାରୁ ଆଗାମୀ କେଇ ମାସ ମଧ୍ୟରେ ସବୁ ଟ୍ରେନ୍ ନିୟମିତ ଚଳାଚଳ ଆରମ୍ଭ କରିବ ବୋଲି ଆଶା କରାଯାଉଛି। ଟ୍ରେନ୍ଗୁଡ଼ିକ ଚାଲିବା ପରେ ରେଳବାଇ ପକ୍ଷରୁ ଚଳିତ ବର୍ଷ ଚାଲିବାକୁ ଥିବା ନୂଆ ଟ୍ରେନ୍ ଆରମ୍ଭ, ଟ୍ରେନ୍ ସ˚ପ୍ରସାରଣ, ଟ୍ରେନ୍ଗୁଡ଼ିକର ପୁନଃପୁନଃତା ବୃଦ୍ଧି ସ˚ପର୍କରେ ପଦକ୍ଷେପ ନିଆଯିବ। ବାଙ୍ଗାଲୋରରେ ଅନୁଷ୍ଠିତ ଗତ ଅନ୍ତଃରେଳବାଇ ଟାଇମ୍ଟେବୁଲ୍ କମିଟି ବୈଠକରେ ଏ ସ˚ପର୍କରେ ଆଲୋଚନା ହୋଇଛି। ଉକ୍ତ ବୈଠକରେ ପୂର୍ବତଟ ରେଳବାଇ ପକ୍ଷରୁ ଦିଆଯାଇଥିବା ବିଭିନ୍ନ ପ୍ରସ୍ତାବଗୁଡ଼ିକ ମଧ୍ୟରୁ ୩ଟି ନୂଆ ଟ୍ରେନ୍ ଚଳାଚଳ, ୯ଟି ଟ୍ରେନ୍ର ସ˚ପ୍ରସାରଣ ତାଲିକାଭୁକ୍ତ ହୋଇଛି। ଏହା ଅନୁଯାୟୀ ଭୁବନେଶ୍ବରରୁ ରାଉରକେଲା ମଧ୍ୟରେ ଏକ ଡବଲ୍ ଡେକର ଏସି ଟ୍ରେନ୍ ଚଳାଇବା ପ୍ରସ୍ତାବ ସ˚ପର୍କରେ ଆଲୋଚନା ହୋଇଥିଲା। ଭୋପାଳରୁ ଇନ୍ଦୋର ମଧ୍ୟରେ ଚାଲୁଥିବା ଏକ ଡବଲ୍ଡେକର୍ ଏସି ଟ୍ରେନ୍ ଯାତ୍ରୀ ଅଭାବରୁ ବନ୍ଦ ହୋଇ ପଡ଼ି ରହିଥିବାରୁ ଚାହିଦାକୁ ଦୃଷ୍ଟିରେ ରଖି ତାକୁ ଭୁବନେଶ୍ବର-ରାଉରକେଲା ରୁଟ୍ରେ ଚଳାଯାଇପାରେ ବୋଲି ଆଶା କରାଯାଉଛି। ଏହି ଟ୍ରେନ୍ ଭୋର୍ରୁ ଭୁବନେଶ୍ବରରୁ ବାହାରି ଢେଙ୍କାନାଳ, ତାଳଚେର ରୋଡ୍, ଅନୁଗୁଳ, ସମ୍ବଲପୁର ସିଟି, ଝାରସୁଗୁଡ଼ା ଦେଇ ଅପରାହ୍ଣରେ ରାଉରକେଲା ପହଞ୍ଚିବ। ସେଠାରେ କିଛି ସମୟ ରହି ପୁଣି ସେହି ପଥରେ ଫେରି ରାତିରେ ଭୁବନେଶ୍ବରରେ ରହଣି କରିବ। ଏହାଛଡ଼ା ଦକ୍ଷିଣପୂର୍ବ କେନ୍ଦ୍ରୀୟ ରେଳବାଇ ପକ୍ଷରୁ ବିଳାସପୁରରୁ ସମ୍ବଲପୁର ଦେଇ ପୁରୀକୁ ଏକ ଟ୍ରେନ୍ ଚଳାଚଳ ପ୍ରସ୍ତାବ ମଧ୍ଯ ବୋର୍ଡର ଅନୁମତି ଅପେକ୍ଷାରେ ରହିଛି।
ଭୁବନେଶ୍ବର-ରାଉରକେଲା ମଧ୍ୟରେ ଚାଲିବ ଏସି ଡବଲ ଡେକର ଟ୍ରେନ୍
- Post published:December 11, 2020
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
