ଅନୁଗୁଳ: ଦିନକୁ ଦିନ ଅନୁଗୁଳ ସହର ତଥା ଆଖପାଖ ଅଞ୍ଚଳର ଭିକାରୀଙ୍କ ପ୍ରାଦୁର୍ଭାବ ଦେଖିବାକୁ ମିଳୁଛି। ଜଗନ୍ନାଥ ମନ୍ଦିର, ମା’ବୁଢ଼ୀ ଠାକୁରାଣୀ ମନ୍ଦିର ସାଙ୍ଗକୁ ବସ୍ଷ୍ଟାଣ୍ତ, ବଜାର ଏବ˚ ଅନ୍ୟ ଛକ ଗୁଡ଼ିକରେ ଏମାନଙ୍କୁ ଦେଖିବାକୁ ମିଳୁଛି। ୩ ବର୍ଷରୁ ୧୦ ବର୍ଷ ପର୍ଯ୍ୟନ୍ତ ନାବାଳକ ମାନେ ବହୁ ସ˚ଖ୍ୟାରେ ଲୋକମାନଙ୍କୁ ହାତ ବଢ଼ାଇ ଭିକ ମାଗୁଛନ୍ତି। ବେଳେବେଳେ ଭଦ୍ର ମହିଳା, ଯୁବତୀମାନଙ୍କୁ ଟଣାଓଟରା ମଧ୍ଯ କରୁଛନ୍ତି। ଆଉ କେତେକ ନାବାଳକ କୁଇକ୍ ଫିକ୍ସ, ଡେନ୍ଡ୍ରାଇଟ୍ ଭଳି ନିଶା ଯୁକ୍ତ ଅଠା ଗୁଡ଼ିକୁ ଶୁଙ୍ଘୁଛନ୍ତି। ରାତିବେଳା କ୍ୟାବିନ୍ ତାଡ଼ି ଛୋଟବଡ଼ ଚୋରିରେ ମଧ୍ଯ ସେମାନଙ୍କର ସଂପୃକ୍ତି ରହିଥିବା ଜଣାପଡିଛି। ଗତ ୨ ବର୍ଷ ମଧ୍ୟର ଏମାନଙ୍କ ସ˚ଖ୍ୟା ୨ ଗୁଣ ବଢ଼ିବା ଚିନ୍ତାଜନକ ମନେହୁଏ। ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।
ଅନୁଗୁଳରେ ଭିକାରୀଙ୍କ ସ˚ଖ୍ୟା ବଢ଼ୁଛି
- Post published:December 11, 2020
- Post category:ଅନ୍ୟାନ୍ୟ
- Post comments:1 Comment
- Post author:Angul TV Bureau
Tags: Angul






Yes zilla prashashan should do something about it