ଅନୁଗୁଳ: ୧୯୯୩ ମସିହାରେ ଜିଲ୍ଲା ମାନ୍ୟତା ପାଇଥିବା ଅନୁଗୁଳ ଜିଲ୍ଲା ଇତି ମଧ୍ୟରେ ଅନେକ କ୍ଷେତ୍ରରେ ବିକାଶ କରିଛି। ସ୍ବାସ୍ଥ୍ୟ, ଶିକ୍ଷା, କ୍ରୀଡ଼ା, ପରିବେଶ ସୁରକ୍ଷା, ପରିମଳ, ପାନୀୟ ଜଳ ଏସବୁ କ୍ଷେତ୍ରରେ ଆମେ କେତେକା˚ଶରେ ଆଗେଇଛୁ। କିନ୍ତୁ ଅନୁଗୁଳକୁ ଶୀର୍ଷରେ ନେଇ ପହଞ୍ଚିବା ପାଇଁ ଏ ପ୍ରୟାସ ଯଥେଷ୍ଟ ହୋଇନାହିଁ। ଅନେକ କ୍ଷେତ୍ରରେ ଆହୁରି ପରିଶ୍ରମ କରିବାକୁ ପଡ଼ିବ। ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ ୨୦୧୫-୧୬ ଅନୁସାରେ ଆମ ଜିଲ୍ଲାରେ ୮୭ ପ୍ରତିଶତ ଲୋକଙ୍କ ଘରେ ବିଜୁଳି ସ˚ଯୋଗ ଅଛି। କେବଳ ୭୭ ପ୍ରତିଶତଙ୍କ ଲୋକଙ୍କ ଘରେ ଶୁଦ୍ଧ ପାନୀୟ ଜଳର ଉତ୍ସ ଅଛି। କେବଳ ୩୬ ପ୍ରତିଶତ ପରିବାରଙ୍କ ଘରେ ନିରାପଦ ଶୌଚାଳୟ ରହିଛି। ୮୯ ପ୍ରତିଶତ ଲୋକ ଆୟୋଡ଼ିନ ଯୁକ୍ତ ଲୁଣ ବ୍ୟବହାର କରନ୍ତି। ୬୦ ପ୍ରତିଶତ କୌଣସି ପ୍ରକାର ସ୍ବାସ୍ଥ୍ୟ ବୀମା ପାଇଛନ୍ତି। ମହିଳାଙ୍କ ସ˚ଖ୍ୟା ୭୧ ପ୍ରତିଶତ। ସ୍ବାକ୍ଷର ପୁରୁଷଙ୍କ ସ˚ଖ୍ୟା ୮୭ ପ୍ରତିଶତ। ୨୨ ପ୍ରତିଶତରୁ ଅଧିକ କନ୍ୟା ୧୮ ବର୍ଷ ପୂର୍ବରୁ ବିବାହ କରୁଛନ୍ତି। ହେଲେ ଗତ ଚାରି ବର୍ଷ ଭିତରେ ଏ ସ୍ଥିତିରେ କିଛି ଉନ୍ନତି ଘଟିଥିଲେ ମଧ୍ୟ ଆମ ସ୍ବପ୍ନର ଅନୁଗୁଳ ଜିଲ୍ଲା ଗଠନ ଦିଗରେ ଆହୁରି ଅନେକ କ୍ଷେତ୍ରରେ କାର୍ଯ୍ୟ କରିବାକୁ ବାକି ଅଛି। ନୂତନ ଜିଲ୍ଲାପାଳଙ୍କ ସମୟରେ ଏ ଲକ୍ଷ୍ୟ ଯେ ହାସଲ ହୋଇପାରିବ, ଅନୁଗୁଳ ଜନସାଧାରଣଙ୍କର ଆଶା ଓ ବିଶ୍ବାସ ରହିଛି।
୨୮ ବର୍ଷର ଅନୁଗୁଳ
- Post published:November 17, 2020
- Post category:ସ୍ୱତନ୍ତ୍ର
- Post comments:0 Comments
- Post author:Angul TV Bureau
