ବାହାଘରରେ କୋଭିଡ୍ ନିୟମ ଉଲଂଘନ

You are currently viewing ବାହାଘରରେ କୋଭିଡ୍ ନିୟମ ଉଲଂଘନ

ଅନୁଗୁଳ: ଏମ୍‌ସିଏଲ୍‌ର ଅନନ୍ତ ବିହାର କଲୋନୀ ଅଞ୍ଚଳରେ ବୁଧବାର ଏକ ବାହାଘରରେ କୋଭିଡ୍ ନିୟମ ଉଲଂଘନ ମହଙ୍ଗା ପଡ଼ିଛି। ପୁଲିସ ଟିମ୍ ଚଢ଼ଉ କରି ୧୦ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି। ପ୍ରକାଶ ଯେ, ଅନନ୍ତ ବିହାର କଲୋନୀରେ ଜଣେ କର୍ମଚାରୀଙ୍କ ଝିଅ ବାହାଘର ଥିଲା। ବାହାଘରରେ ସରକାରଙ୍କ ନିୟମଠାରୁ ଅଧିକ ଲୋକ ଯୋଗ ଦେଇଥିବାରୁ ଖବର ପାଇ କୋଲିୟରୀ ପୁଲିସ ଚଢ଼ଉ କରିଥିଲା। ତାଙ୍କ ଠାରୁ ୧୦ ହଜାର ଟଙ୍କା ଜୋରିମାନା ଆଦାୟ କରିବା ସହ ସେମାନଙ୍କୁ ତାଗିଦ କରାଯାଇଛି।ପ୍ରାୟ ଅପରାହ୍ନ ୨ଟା ବେଳେ ଚିଲିକା କଳାକେନ୍ଦ୍ର ଠାରେ କୋଭିଡ୍ ୧୯ ନିୟମର ଉଲ୍ଲଙ୍ଘନ କରାଯାଇ ଏହି ବିବାହ ଉତ୍ସବ ଚାଲିଥିବା ବେଳେ ୬୦ରୁ ଊର୍ଦ୍ଧ୍ବ ଆମନ୍ତ୍ରିତ ବ୍ୟକ୍ତି ଏଥିରେ ଉପସ୍ଥିତ ଥିଲେ ବୋଲି କୋଲିୟରୀ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

Share

Leave a Reply