ଅନୁଗୁଳରେ ଦଶମ ଆର୍ଟ ଅଫ ଗିଭିଂ ଦିବସ ପାଳିତ, ୧୬୦ ଜଣଙ୍କୁ ଉପହାର ପ୍ରଦାନ

You are currently viewing ଅନୁଗୁଳରେ ଦଶମ ଆର୍ଟ ଅଫ ଗିଭିଂ ଦିବସ ପାଳିତ, ୧୬୦ ଜଣଙ୍କୁ ଉପହାର ପ୍ରଦାନ

ଅନୁଗୁଳ: ଆଜି ସ୍ଥାନୀୟ ଯଦୁନାଥ ସଂସ୍କୃତ ମହାବିଦ୍ୟାଳୟରେ ଦଶମ ଆର୍ଟ ଅଫ ଗିଭିଙ୍ଗ ଦିବସ ପାଳିତ ହୋଇଛି। ମୁଖ୍ୟ ଅତିଥି ଭାବେ ଅବକାରୀ ଅଧୀକ୍ଷକ ମଧୁସ୍ମିତା ନାୟକ, ଦେବଗଡ଼ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ପଣ୍ଡିତ ରୋହିତ ଦାସ, ଯୋଗଗୁରୁ ଅଭୟ ରାୟ, କିଟ୍ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ସୁଧାକର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ଏ ଅବସରରେ ଆଶାକର୍ମୀ, ସମାଜସେବୀ ଅଙ୍ଗନୱାଡି କର୍ମୀ, ଆମ୍ବୁଲାନ୍ସ ଡ୍ରାଇଭର, ଅଟୋ ଡ୍ରାଇଭର, ସଫେଇ କର୍ମଚାରୀ, ଷ୍ଟାଫ ନର୍ସ, ଫାୟାରମ୍ୟାନ ପ୍ରମୁଖ ୧୬୦ ଜଣଙ୍କୁ ଉପହାର ପ୍ରଦାନ କରାଯାଇଛି।

କଳିଙ୍ଗ ଟିଭିର ଜିଲ୍ଲା ପ୍ରତିନିଧି ମାନସ ରଞ୍ଜନ ମିଶ୍ର ସଭା ପରିଚାଳନା କରିଥିବା ବେଳେ କିଟର ଜିଲ୍ଲା ସଂଯୋଜକ ଅଜୟ ସାହୁ ଧନ୍ୟବାଦ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କିଟର ଅନାଦି ନାୟକ, ଶିଶିର ସାହୁ, ବିପିନ କହଁର, ନରେଶ ସାହୁ, ରଣଜିତ ସମ୍ବାଦ, ଜଙ୍ଗଲ ପୃଷ୍ଟି, କାଳନ୍ଦୀ ବେଉରିଆ, ମିଟୁ ନାୟକ, ଶୂନ୍ୟବାସୀ ସେଠି ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply