CADLAB

ମାନିଲେନି କରୋନା କଟକଣା, ବସ୍ ଜବତ

0

ଅନୁଗୁଳ: କରୋନାର ଦ୍ବିତୀୟ ଲହର ମାଡ଼ିଚାଲିଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। ଏ ପରିସ୍ଥିତିରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରଖିବା ଜରୁରି ହୋଇପଡ଼ିଛି । କିଶୋରନଗର ବ୍ଲକ୍ ପ୍ରଶାସନ ପକ୍ଷରୁ ଆଜି କଡ଼ାକଡ଼ି ଭାବେ ମାସ୍କ ଯାଞ୍ଚ କରାଯାଇଥିଲା। ତହସିଲଦାର ଡ. ଲକ୍ଷ୍ମୀପ୍ରସାଦ ସାହୁ ସଦଳବଳ କିଶୋରନଗର, ବାମୁର ଛକରେ ମାସ୍କ ଯାଞ୍ଚ କରିଥିଲେ। କିଶୋରନଗର ଅଭିମୁଖେ ଆସୁଥିବା ଏକ ଘରେଇ ବସ୍‌ର କେତେକ ଯାତ୍ରୀ ଓ କର୍ମଚାରୀ ମାସ୍କ ପିନ୍ଧିନଥିବା ଦେଖାଯାଇଥିଲା । ଉକ୍ତ ବସ୍ ଜବତ କରାଯିବା ସହ ମାସ୍କ ନପିନ୍ଧିବା ଅଭିଯୋଗରେ ସଂପୃକ୍ତ ଯାତ୍ରୀଙ୍କଠାରୁ ୧୧ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ସମସ୍ତେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷାକରିବା ନିମନ୍ତେ ତହସିଲଦାର ଉପସ୍ଥିତ ଲୋକମାନଙ୍କୁ ପରାମର୍ଶ ଦେଇଥିଲେ । ମାସ୍କ ଯାଞ୍ଚରେ ସ୍ଥାନୀୟପୁଲିସ ସହଯୋଗ କରିଥିଲା।

Leave A Reply

Your email address will not be published.