ମାସ୍କ୍ ଯାଞ୍ଚ, ୧୮ ହଜାର ଜରିମାନା

0

ଅନୁଗୁଳ: ବଅଁରପାଳ ବ୍ଳକ୍‌ର ସନ୍ତ୍ରୀ ବଜାର ଅଞ୍ଚଳରେ ଶନିବାର ତହସିଲ୍ ପ୍ରଶାସନ ପକ୍ଷରୁ ମାସ୍କ୍ ଯାଞ୍ଚ କରାଯାଇଥିଲା । ତହସିଲଦାର ଜିତେନ୍ଦ୍ର କୁମାର ସାହୁ ଓ ଅତିରିକ୍ତ ତହସିଲଦାର ଶ୍ୟାମସୁନ୍ଦର ସାହୁ ପୂର୍ବାହ୍ନରେ ସନ୍ତ୍ରୀଛକ ବଜାରରେ ଅଚାନକ ଚଢ଼ଉ କରି କରୋନା କଟକଣା କଡ଼ାକଡ଼ି ପାଳନ କରିବାକୁ ପରାମର୍ଶ ଦେଇଥିଲେ । କରୋନା କଟକଣା ଉଲ୍ଲଂଘନ କରିବା ବିଶେଷ କରି ମାସ୍କ୍ ପରିଧାନ କରିନଥିବାରୁ ବ୍ୟବସାୟୀଙ୍କଠାରୁ ଜରିମାନା ଆଦାୟ କରାଯାଇଥିଲା । ଅମାନିଆଙ୍କଠାରୁ ମୋଟ ୧୮ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ଜଣାଯାଇଛି । ଚଢ଼ଉରେ ଥାନା ଅଧିକାରୀ ସୁନିଲ କୁମାର କରଙ୍କ ସମେତ ଏସ୍ଆଇ ବିଚିତ୍ର ଲେଙ୍କା, ସତୀଶ ଲେଙ୍କାଙ୍କ ସମେତ ପୁଲିସ କର୍ମଚାରୀ ନିୟୋଜିତ ଥିଲେ ।

online coaching

Leave A Reply

Your email address will not be published.