ଅନୁଗୁଳ: ଚଳିତବର୍ଷ ମାଟ୍ରିକ୍ ପରୀକ୍ଷାରେ ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକର ୨୯ ଟି ହାଇସ୍କୁଲ ଓ ଇନ୍ଦିରା ଗାନ୍ଧୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେଥିରୁ ଗଡ଼ସନ୍ତ୍ରୀ ନେହରୁ ହାଇସ୍କୁଲର ଛାତ୍ର ଦେବଶିତ୍ ମାଝୀ ୫୬୫ ନମ୍ବର ରଖି ବ୍ଲକ ଟପ୍ପର ହୋଇଛନ୍ତି। ଏହି ସଫଳତା ପରେ ତାଙ୍କୁ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ କଲ୍ୟାଣୀ ପ୍ରଧାନ, ବିଇଓ ମାନସ ରଞ୍ଜନ ପୃଷ୍ଟି, ବାପା, ମା’ ଓ ଗ୍ରାମବାସୀ ଶୁଭେଚ୍ଛା ଜଣାଇଛନ୍ତି।
ଏଥିସହ ବ୍ଲକର ସମସ୍ତ ସ୍କୁଲର ଫଳାଫଳ ଶତ ପ୍ରତିଶତ ହୋଇଥିବା ନେଇ ବିଇଓ ମାନସ ପୃଷ୍ଟି ସୂଚନା ଦେଇଛନ୍ତି।
ଦଶମ ବୋର୍ଡ ପରୀକ୍ଷା ଫଳ ପ୍ରକାଶିତ: ଦେବଶିତ୍ ମାଝୀ ବଅଁରପାଳ ବ୍ଲକରେ ପ୍ରଥମ
