୧୦ମ କୁଣ୍ଡେଶ୍ୱର୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ତୃତୀୟ ଦିବସ: କଟକକୁ ୦-୧ ଗୋଲରେ ପରାସ୍ତ କଲା ସୋନପୁର

You are currently viewing ୧୦ମ କୁଣ୍ଡେଶ୍ୱର୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ତୃତୀୟ ଦିବସ: କଟକକୁ ୦-୧ ଗୋଲରେ ପରାସ୍ତ କଲା ସୋନପୁର

ଅନୁଗୁଳ: ବଅଁପାଳ ବ୍ଲକ ତଳମୂଳ ସିମିଲିଛୁଇଁ ଠାରେ ୧୦ ମ କୁଣ୍ଡେଶ୍ୱର୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ତୃତୀୟ ଦିବସରେ ସୋନପୁର ବିଏସଏଫ ଓ କଟକ ପଙ୍କଳ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଏଥିରେ କଟକକୁ ସୋନପୁର ୦-୧ ଗୋଲରେ ପରାସ୍ତ କରିଥିଲା।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସତ୍ୟାନନ୍ଦ ଦଳବେହେରା, ମହେଶ ଧଳ, ଶିମିଳିଛୁଇଁ ବିଜେପି ସଭାପତି ଗଣେଶ୍ୱର ଦାଶ, ଅରୁଣୋଦୟ କ୍ଲବ ବୈଷ୍ଣବ ଚରଣ ଦାଶ, ଅମିୟ ଦାଶ, ପଦ୍ମଚରଣ ଦାଶ, ଶିବାଜୀ ଦାଶ, ପିଲୁ, ସିଲୁ, ପିଣ୍ଟୁ, ଟୁକୁନା ମହଲିକଙ୍କ ସହ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ଆଲୋକ ଦେହୁରୀ ଓ ମନୋଜ ପଟ୍ଟନାୟକ ଖେଳ ପରିଚାଳନା କରିଥିଲେ।

ପ୍ରକାଶ ଯେ ଆଜି ଦ୍ଵିତୀୟ ସେମି ଫାଇନାଲ ସୋନପୁରର ବିଏସଏଫ ଓ ଝାରସୁଗୁଡାର ଝାଡେଶ୍ୱର୍ କ୍ଲବ ମଧ୍ୟରେ ଅନୁଷ୍ଠିତ ହେବ।

Share

Leave a Reply