ଓ.ପି.ଜିନ୍ଦଲ ସ୍କୁଲର ଦ୍ବାଦଶ ବାର୍ଷିକ ଉତ୍ସବ ‘ବସୁଧୈବ କୁଟୁମ୍ବକମ୍’ ଆୟୋଜିତ

You are currently viewing ଓ.ପି.ଜିନ୍ଦଲ ସ୍କୁଲର ଦ୍ବାଦଶ ବାର୍ଷିକ ଉତ୍ସବ ‘ବସୁଧୈବ କୁଟୁମ୍ବକମ୍’ ଆୟୋଜିତ

ଅନୁଗୁଳ: ଓ.ପି.ଜିନ୍ଦଲ ସ୍କୁଲର ଦ୍ବାଦଶ ବାର୍ଷିକ ଉତ୍ସବ ‘ବସୁଧୈବ କୁଟୁମ୍ବକମ୍’ ଶନିବାର ସନ୍ଧ୍ୟାରେ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଜେଏସ୍.ପି.ଏଲର ସି.ଇ.ଓ. ଦିନେଶ ସରାଉଗି ପ୍ରଦୀପ ପ୍ରଜ୍ଵଳନ ପୂର୍ବକ ଉତ୍ସବ ଆରମ୍ଭ କରିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ଅତନୁ ରଥ ସ୍ଵାଗତ ଭାଷଣ ସହିତ ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ। ସମ୍ମାନିତ ଅତିଥିଭାବେ କମ୍ପାନୀର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଦାମୋଦର ମିତ୍ତଲ ଓ ହୃଦୟେଶ୍ଵର ଝା ତଥା ବିଦ୍ୟାଳୟ ପରିଚାଳନା ସମିତିର ସଦସ୍ୟବୃନ୍ଦ ଯୋଗଦାନ କରି ଉତ୍ତମ ଛାତ୍ରଛାତ୍ରୀ ନିର୍ମାଣରେ ବିଦ୍ୟାଳୟର ଉଦ୍ୟମକୁ ପ୍ରଶଂସା କରିଥିଲେ।
ଏ ଅବସରରେ ଗତ ଶିକ୍ଷାବର୍ଷରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷାରେ ସର୍ବୋଚ୍ଚ ମାର୍କ ରଖିଥିବା କୃତୀ ଛାତ୍ରଛାତ୍ରୀଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।
ବିଦ୍ୟାଳୟର ନୃତ୍ୟ ଶିକ୍ଷକ ରାଜକୁମାର ଓ ସଙ୍ଗୀତ ଶିକ୍ଷୟିତ୍ରୀ ଅନୁସୂୟାଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମର ସଂଯୋଜନ କରିଥିବା ବେଳେ ମୋନାଲିସା ସେଠୀ ଓ ଲିଲି ମହନ୍ତ ମଞ୍ଚ ପରିଚାଳନା ଓ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଶେଷରେ ବିଦ୍ୟାଳୟର ମୁଖ୍ୟ ବାଳକ ରମଣରାଜ ଶ୍ରୀବାସ୍ତବଙ୍କ ଧନ୍ୟବାଦ ଅର୍ପଣ କରିଥିଲେ।

Share

Leave a Reply