ଦ୍ବାଦଶ ସାତକୋଶିଆ ମହୋତ୍ସବ ଉଦଘାଟିତ

You are currently viewing ଦ୍ବାଦଶ ସାତକୋଶିଆ ମହୋତ୍ସବ ଉଦଘାଟିତ

ଅନୁଗୁଳ: ସ୍ଥାନୀୟ ସଭାଘର ଠାରେ ଆଜି ସନ୍ଧ୍ୟାରେ ଦ୍ଵାଦଶ ସାତକୋଶିଆ ମହୋତ୍ସବ ଉଦଘାଟିତ ହୋଇଯାଇଛି। ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସମାରୋହକୁ ଉଦଘାଟନ କରିଥିଲେ।ମୁଖ୍ୟ ଅତିଥି ନିଜ ଅଭିଭାଷଣରେ ମହୋତ୍ସବର ମୁଖ୍ୟ ଗୁରୁ ସ୍ବପ୍ନାରାଣୀ ସିହ୍ନା ଦେଶ ବିଦେଶରେ ଓଡ଼ିଶୀ ନୃତ୍ୟ ପରିବେଷଣ କରି ସଫଳତାର ଶିଖର ଛୁଇଁଛନ୍ତି ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ଅନୁଗୁଳ ଉପଜିଲ୍ଲାପାଳ ବରଣ୍ୟେନ୍ଦୁ ମହାନ୍ତି ସାତକୋଶିଆ ମହୋତ୍ସବର ସଫଳତା କାମନା କରିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ନୃତ୍ୟନୀଳୟର ଉପଦେଷ୍ଟା ହେମନ୍ତ କୁମାର ଦାଶ,ସଂସ୍ଥାର ସଭାପତି ଗୁରୁ ଅନିତା ସିଂହଦେଓ ପ୍ରମୁଖ ଉପସ୍ଥିତ ଥିଲେ। ସଂସ୍ଥାର ସମ୍ପାଦିକା ସ୍ୱପ୍ନାରାଣୀ ସିହ୍ନା ଗତ ୧୨ ବର୍ଷ ଧରି ନୃତ୍ୟନୀଳୟର ସଫଳତାର କାହାଣୀ ବର୍ଣ୍ଣନା କରିଥିଲେ। ସମାରୋହରେ ବିଶିଷ୍ଟ ତବଲା ବାଦକ ଜାକିର ହୁସେନ ଏବଂ ସ୍ଥାନୀୟ କଳାକାର ଶରତ ମାଝୀଙ୍କ ବିୟୋଗରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଏହାପରେ ଓଡ଼ିଶାର ବିଶିଷ୍ଟ ଓଡ଼ିଶୀ ନୃତ୍ୟଗୁରୁ ଗଜେନ୍ଦ୍ର ପଣ୍ଡାଙ୍କୁ ଅଙ୍ଗବସ୍ତ୍ର ଓ ମାନପତ୍ର ଦେଇ ମୁଖ୍ୟ ଅତିଥି ସାତକୋଶିଆ ସମ୍ମାନ ୨୦୨୪ ପ୍ରଦାନ କରିଥିଲେ। ଡ଼ା ଅଙ୍କିତା ରଥ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ।

ସମାରୋହରେ ଗୁରୁ ପ୍ରମିଳା ଦାସ ଓଡ଼ିଶୀ ଭୋକାଲ, ଛାନ୍ଦ, ଜଣାଣ ପ୍ରମୁଖ ଗାୟନ କରିଥିଲେ।ଏହାପରେ ଭୁବନେଶ୍ବର ତ୍ରିଧାରାର ମୋକ୍ଷଦା ତ୍ରିପାଠୀ ଓ ପ୍ରଭୂତୋଷ ପଣ୍ଡା ଓଡ଼ିଶୀ ଯୁଗଳ ନୃତ୍ୟ,ଆକାଂକ୍ଷା ଦାଶ ଓଡ଼ିଶୀ ଏକକ ନୃତ୍ୟ,ନୃତ୍ୟ।ଙ୍କିତା ଭୁବନେଶ୍ବରର ଗୋପଶ୍ରି ସାହୁ ଓ ଅନ୍ୱେଷା ପଟ୍ଟନାୟକ ଓଡ଼ିଶୀ ଯୁଗଳ ନୃତ୍ୟ ଏବଂ ଶେଷରେ ନୃତ୍ୟ ନିଳୟ ପକ୍ଷରୁ ଦଳଗତ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା ।

Share

Leave a Reply