ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଦରମା ଘୋଟାଲା: ସୁବ୍ରତଙ୍କ ଛୁଟି ନାମଞ୍ଜୁର

You are currently viewing ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଦରମା ଘୋଟାଲା: ସୁବ୍ରତଙ୍କ ଛୁଟି ନାମଞ୍ଜୁର

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ କନିଷ୍ଠ କିରାଣୀ ସୁବ୍ରତ ବେହେରା କୋଟି କୋଟି ଟଙ୍କାର ଦରମା ଘୋଟାଲାରେ ସଂପୃକ୍ତ ଥିବା ଅଭିଯୋଗ ରେ ସିଡିଏମଓ ତାଙ୍କୁ  ଗତ ଅକ୍ଟୋବର ମାସରେ ନିଲମ୍ବନ କରି ଆଠମଲ୍ଲିକ ହସ୍ପିଟାଲରେ ହାଜିରା ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏଜି ଅଡିଟ ଏବଂ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଅଡିଟରୁ ଦରମା ପ୍ରଦାନ ଲରେ ଏହି ଘୋଟାଲା ହୋଇଥିବା କଥା  ସାମନାକୁ ଆସିଥିଲା।

ଇତିମଧ୍ୟରେ ସୂଚନା ମିଳିଛି ସୁବ୍ରତ ଆଗୁଆ ଜାମିନ ଆଣି ଆଠମଲ୍ଲିକ ଡାକ୍ତରଖାନାରେ ଗତ ସପ୍ତାହରେ ଯୋଗ ଦେଇ ପୁଣି ଛୁଟି ବଢାଇ ଚାଲି ଆସିଥିଲେ। ତେବେ ଏ ପ୍ରସଙ୍ଗରେ ସିଡିଏମଓ ଡ଼ା ମଦନମୋହନ ପ୍ରଧାନଙ୍କୁ ପଚାରିବାରୁ ସେ ସୁବ୍ରତର ଛୁଟିକୁ ନାମଞ୍ଜୁର କରାଯାଇଥିବା କହିଥିଲେ। ଘଟଣା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିବା ବେଳେ ଚାଲିଥିବା ତଦନ୍ତର ମୋଡ଼ କୁଆଡେ ଯାଉଚି ତାହା ଦେଖିବାକୁ ବାକି ରହିଲା ।

Share

Leave a Reply