ଅନୁଗୁଳ: ତାଳଚେର ପୁଲିସକୁ ଗୁରୁବାର ମିଳିଛି ଏକ ବଡ଼ ସଫଳତା। ବିଶେଷ ସୂତ୍ରରୁ ଖବର ପାଇ ତାଳଚେର ପୁଲିସ ବ୍ୟାପକ ଧରପଗଡ଼ରେ ଧଳାଜହର କାରବାରେ ସଂପୃକ୍ତ ଏକ ବ୍ୟାକେଟ୍ ଧରାପଡିଛି। ସେମାନଙ୍କଠାରୁ ୧୩.୭୩୦ ଗ୍ରାମ ବ୍ରାଉନ୍ସୁଗର ଜବତ କରାଯାଇଛି । ୬ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅଭିଯୁକ୍ତଙ୍କ ଦ୍ବାରା ବ୍ୟବହୃତ ଗୋଟିଏ କାର୍ ଓ ୪ଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି ।ଗିରଫ ଅଭିଯୁକ୍ତ ମାନେ ହେଲେ ତାଳଚେର ବ୍ଲକ ଅନାଦିପୁରର ହରେଶ ଓରଫ ଦୁଷ୍ମନ୍ତ ବଗାର, କିଶୋରିପାଳ ଗ୍ରାମର କିଶୋର କୁମାର ନାଏକ, ତାଳଚେର ଥାନା ଅରାସାହିର ବାଳକୃଷ୍ଣ ଭୁତିଆ, ତାଳଚେର ପୌରାଞ୍ଚଳ ରେମୁଆଁର ମନୋଜ ପଟନାୟକ, ସ୍କଟଲାଣ୍ଡପୁରର ଚତୁରା ନାଏକ, ଖୋର୍ଦ୍ଧା ଗୁରୁଜାଙ୍ଗ ଟାଙ୍ଗିସାହିର ସୋମନାଥ ସାହୁ । ଗିରଫ ସମସ୍ତ ଅଭିଯୁକ୍ତଙ୍କୁ ଅପରାହ୍ନରେ କୋର୍ଟଚାଲାଣ କରାଯାଇଛି ।ବ୍ରାଉନ୍ସୁଗର କାରବାରର ଚେର କେଉଁ ପର୍ଯ୍ୟନ୍ତ ଲମ୍ବିଛି ତାର ତଦନ୍ତ କରାଯିବା ସହ ମୁଖ୍ୟ କାର୍ପଟଦାରକୁ ଖୁବ୍ ଶୀଘ୍ର ଧରାଯିବ ବୋଲି ପୁଲିସ କହିଛି । ଏଜିକ୍ୟୁଟିଭ ମାଜିଷ୍ଟ୍ରେଟ୍ ତଥା ଆସିଷ୍ଟାଣ୍ଟ କଲେକ୍ଟର ଚିନ୍ମୟୀ ଦାସଙ୍କ ଉପସ୍ଥିତିରେ ଏହି ଚଢ଼ଉରେ ଅନ୍ୟମାନଙ୍କ ମଧ୍ୟରେ ତାଳଚେର ଥାନା ଏସ୍ଆଇ ବିପ୍ଳବ ସାହୁ, ମନୋହର ପାତ୍ର ଓ ଅର୍ଚ୍ଚନା ନାୟକ, ସିଏଆଇ ପ୍ରକାଶ ଚନ୍ଦ୍ର ବେହେରା, କନେଷ୍ଟବଳ କୃଷ୍ଣଚନ୍ଦ୍ର ବେହେରା, କେ, କେ ବେହେରା, ରାଜୀବ ପ୍ରଧାନ, ହୃଷିକେଶ କିସାନ୍ ଓ ଅଜିତ୍ କୁମାର ମହାନ୍ତି ସାମିଲ ଥିଲେ ।
୧୩ ଗ୍ରାମ ବ୍ରାଉନ୍ସୁଗର ଜବତ, ୬ ଗିରଫ
- Post published:April 9, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Biswaranjan Pattnaik
