ଅନୁଗୁଳରେ ଜୋରଦାର ହେଲା ମାସ୍କ ଯାଞ୍ଚ

0

ଅନୁଗୁଳ: ଅନୁଗୁଳ ବଜାର ଅଞ୍ଚଳରେ ଗୁରୁବାର ସନ୍ଧ୍ୟାରେ ଏସପି ଜଗମୋହନ ମୀନାଙ୍କ ନେତୃତ୍ବରେ ମାସ୍କ ଓ ସାମାଜିକ ଦୂରତା ନେଇ ଯାଞ୍ଚ କାର୍ଯ୍ୟକ୍ରମକୁ ଜୋରଦାର କରାଯାଇଛି। ବସଷ୍ଟାଣ୍ଡ, ସଞ୍ଜିବନୀ ମାର୍କେଟ, ଲକ୍ଷ୍ମୀ ବଜାର, ମୁଖ୍ୟ ବଜାର ଅଞ୍ଚଳରେ ଡାକବାଜୀ ଯନ୍ତ୍ର ସାହାଯ୍ୟରେ ସଚେତନ କରାଯିବାସହ ମାସ୍କ ପିନ୍ଧିନଥିବା ପଥଚାରୀ, ଦୋକାନୀ ଓ ଜନସାଧାରଣଙ୍କଠାରୁ ଫାଇନ ଆଦାୟ କରାଯାଇଛି। ଏହି ଚଢ଼ାଉରେ ଅନ୍ୟମାନଙ୍କ ମଧ୍ୟରେ ଅନୁଗୁଳ ଉପଜିଲ୍ଲାପାଳ ବାସୁଦେବ ଶତପଥୀ, ଅନୁଗୁଳ ପୌର ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ, ଅନୁଗୁଳ ଏସଡିପିଓ ଅଶ୍ବିନୀ କୁମାର ସାହୁ, ଟାଉନ ଥାନା ଆଇଆଇସି ରମେଶ ଚନ୍ଦ୍ର ବିଶୋଇ ଓ ଅନ୍ୟାନ୍ୟ ପୁଲିସ ଓ ପ୍ରଶାସନିକ ଅଧିକାରୀଙ୍କ ସହ ପୁଲିସ ଫୋର୍ସ ସାମିଲ ହୋଇଥିଲେ। ଏହି ଯାଞ୍ଚ ନିୟମିତ ୧୦ ଦିନ ପର୍ଯ୍ୟନ୍ତ ଚାଲିବ ବୋଲି ଉପଜିଲ୍ଲାପାଳ ଶ୍ରୀ ଶତପଥୀ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.

error: Content is protected !!