୧୫ ଲିଟର ଦେଶୀ ମହୁଲି ମଦ ଜବତ, ଜଣେ ମହିଳା ଗିରଫ

You are currently viewing ୧୫ ଲିଟର ଦେଶୀ ମହୁଲି ମଦ ଜବତ, ଜଣେ ମହିଳା ଗିରଫ

ଛେଣ୍ଡିପଦା: ସ୍ଥାନୀୟ ଛେଣ୍ତିପଦା ଥାନା କଣଲୋଇ ଗାଁରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ୧୫ ଲିଟର ଦେଶୀ ମହୁଲି ମଦ ଜବତ କରାଯାଇଛି। ଏହି ମାମଲାରେ ପୋଲିସ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଜଣକ ହେଲେ ସେହି ଗାଁର କହ୍ନେଇ ମାଝୀଙ୍କ ସ୍ତ୍ରୀ କୁମୁଦିନୀ ମାଝୀ।

ସୂଚନା ମୁତାବକ, ଅନୁଗୁଳ ଅବକାରୀ ବିଭାଗ ପକ୍ଷରୁ କଣଲୋଇ ଗାଁର କହ୍ନେଇ ମାଝୀଙ୍କ ଘରେ ଚଢ଼ଉ କରି ୧୫ ଲିଟର ଦେଶୀ ମହୁଲି ମଦ ଜବତ କରିବା ସହ ୪୫ କେଜି ମହୁଲ ପୋଚ ନଷ୍ଟ କରିଛି। ଏହି ଘଟଣାରେ ସମ୍ପୃକ୍ତ କୁମୁଦିନୀକୁ ପୋଲିସ ଗିରଫ କରିଛି। ଏ ନେଇ ଅବକାରୀ ବିଭାଗ ଏକ ମାମଲା ରୁଜୁ କରି କୁମୁଦିନୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Share

Leave a Reply