ପାଇପ୍ ଚୋରି ଅଭିଯୋଗରେ ୨ ଗିରଫ

You are currently viewing ପାଇପ୍ ଚୋରି ଅଭିଯୋଗରେ ୨ ଗିରଫ

ଅନୁଗୁଳ: ଅନୁଗୁଳ ସଦର ଥାନା ପୋଲିସ ସୋମବାର ସରକାରୀ କାମ ପାଇଁ ଆସିଥିବା ପାଇପ୍ ଚୋରି ଅଭିଯୋଗରେ ୨ ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି।

ସୂଚନା ଯେ, ରନ୍ତଲୋଇ ଗାଁଠାରେ ଥିବା ଏକ ପେଟ୍ରୋଲ ପମ୍ପ ନିକଟରେ ୫୦ଟି ପାଇପ୍ ଦେଖି ପୋଲିସ ସନ୍ଦେହରେ ପଚରା ଉଚୁରା କରିଥିଲା। ତେବେ ଏହାର ସଠିକ ଉତ୍ତର ଦେଇପାରିନଥିଲେ ବିହାରର ସୁମିତ ଝା(୩୦) ଓ ରାଉରକେଲାର ଅନୁପ ଅଗ୍ରୱାଲ(୪୩)। ତେବେ ପଚରା ଉଚୁରାରୁ ଜଣାପଡ଼ିଲା ଯେ, ଦେବଗଡ଼ ଜିଲ୍ଲାରେ ଗ୍ରାମୀଣ ପାଇପ ଜଳ ଯୋଗାଣ କାର୍ଯ୍ୟପାଇଁ ଆସିଥିବା ଏହି ପାଇପ୍କୁ ସୁମିତ ଓ ଅନୁପ କିଣି ଏଠାରେ ଗଚ୍ଛିତ ରଖିଥିଲେ। ଏ ନେଇ ପୋଲିସ ନିଜ ତରଫରୁ ଏକ ମାମଲା ରୁଜୁକରି ୨ ଅଭିଯୁକ୍ତଙ୍କୁ ସୋମବାର କୋର୍ଟ ଚାଲାଣ କରିଛି।

Share

Leave a Reply