ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ବାଗଡ଼ିଆ ଥାନା ଅଞ୍ଚଳରେ ଜଣେ ଯୁବତୀକୁ ଅସଦାଚରଣ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି।

ଅଭିଯୋଗ ମୁତାବକ, ବରସାହି ପଞ୍ଚାୟତର ମିଥୁନ ମୁଖି ବାଗଡ଼ିଆ ଥାନା ଅଞ୍ଚଳରେ ଘରେ କେହି ନ ଥିବାର ସୁଯୋଗ ନେଇ ପାଚେରୀ ଡେଇଁ ନାବାଳିକାଙ୍କ ଘରେ ପଶି ଅସଦାଚରଣ କରିଥିଲା। ଏହି ସମୟରେ ନାବାଳିକାଙ୍କ ସାନ ଭଉଣୀ ଆସି ପାଟିକରିବାରୁ ମିଥୁନ ପାଚେରୀ ଡେଇଁ ପଳାଇଯାଇଥିଲା। ଏ ନେଇ ନାବାଳିକା ଜଣଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ଘଟଣା ସମ୍ପର୍କରେ ପରିବାର ଲୋକ ବାଗଡ଼ିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ ଅଭିଯୋଗକୁ ଭିତ୍ତିକରି ବାଗଡିଆ ଥାନା ପୋଲିସ କେସ ନଂ ୧୭୨/୨୩ ରେ ଏକ ମାମଲା ରୁଜୁ କରି ମିଥୁନ ମୁଖୀକୁ ଗିରଫ କରି କୋର୍ଟ ଚାଲାଣ କରିଛି।