ଦୁର୍ଗା ପୂଜା ପାଇଁ ଅମଲାପଡ଼ା ଦୁର୍ଗାପୂଜା ସମିତିର ପ୍ରସ୍ତୁତି: ଚୟନିତ ହେଲେ ନୂତନ କର୍ମକର୍ତ୍ତା

0

ଅନୁଗୁଳ: ଅନୁଗୁଳସ୍ଥିତ ଅମଲାପଡ଼ା ଦୁର୍ଗା ପୂଜା ସମିତି ପକ୍ଷରୁ ଆସନ୍ତା ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଚଳିତ ବର୍ଷ ମା’ଙ୍କ ପୂଜାକୁ ଧୁମ୍‌ଧାମ୍‌ରେ ପାଳନ କରିବାକୁ ଏ ଅବସରରେ ନିଷ୍ପତ୍ତି ହୋଇଛି। ପ୍ରସ୍ତୁତି ବୈଠକରେ ନୂତନ କର୍ମକର୍ତ୍ତା ଚୟନ କରାଯାଇଛି।

ପୂର୍ବତନ ପୌରାଧ୍ୟକ୍ଷ ଭକ୍ତ ପ୍ରସାଦ ଦାସ ସମିତିର ସଭାପତି ଓ ଆଇନଜୀବୀ ଦିଲ୍ଲୀପ କୁମାର ଦାସ କାର୍ଯ୍ୟକାରୀ ସଭାପତି ଭାବେ ମନୋନୀତ ହୋଇଛନ୍ତି। ସେହିପରି ଉପସଭାପତି ଭାବେ ଅଜିତ୍ ପ୍ରସାଦ ଦ୍ବିବେଦୀ ଓ ହିମାଂଶୁ ମୋହନ ଦ୍ବିବେଦୀ, ସମ୍ପାଦକ ଦୀପକ କୁମାର ସାମନ୍ତ, ସହ-ସମ୍ପାଦକ ଜ୍ୟୋତିରଞ୍ଜନ ପଟ୍ଟନାୟକ, ରଞ୍ଜନ କୁମାର ସାହୁ, କଲ୍ଲୋଳ କିଶୋର ପ୍ରଧାନ, ଜ୍ୟୋତିପ୍ରକାଶ ସ୍ବାଇଁ ଓ ବିକାଶ କୁମାର ସେଠ, କୋଷାଧ୍ୟକ୍ଷ ଭାବେ ଅଜୟ କୁମାର ପଟ୍ଟନାୟକ ଓ ସହ କୋଷାଧ୍ୟକ୍ଷ ଭାବେ ଜ୍ୟୋତିପ୍ରକାଶ ତ୍ରିପାଠୀ ଚୟନ ହୋଇଛନ୍ତି। ଉପଦେଷ୍ଟା ମଣ୍ଡଳୀରେ ୨୦ ଜଣଙ୍କୁ ସାମିଲ କରାଯାଇଥିବା ଜଣାଯାଇଛି।

Leave A Reply

Your email address will not be published.

error: Content is protected !!