ଭୁଜାଲିରେ ହାଣି ଲୁଟ୍ ମାମଲାରେ ୨ ଅଟକ

You are currently viewing ଭୁଜାଲିରେ ହାଣି ଲୁଟ୍ ମାମଲାରେ ୨ ଅଟକ

ଅନୁଗୁଳ: ଗୁଳିମାଡ ଓ ଭୁଜାଲିରେ ହାଣି ୫ ଲକ୍ଷ ଟଙ୍କା ଲୁଟ୍ ମାମଲାରେ ପୁଲିସ ୨ ଜଣଙ୍କୁ ଅଟକ ରଖିଛି। ସେହିପରି ଗୋଟିଏ କାର୍ ସହ କିଛି ଟଙ୍କା ଜବତ କରାଯାଇଛି। କିନ୍ତୁ ପୁଲିସ ତରଫରୁ ଏଥିନେଇ କୌଣସି ସୂଚନା ଦିଆଯାଇନି।

ସୂଚନା ଅନୁସାରେ, ସୋମବାର ପୂର୍ବାହ୍ଣରେ ନାଲକୋ ଆସପଣ୍ଡ ନିକଟସ୍ଥ କୁରୁଡୁଲୁ ଗାଁ ମୁଣ୍ଡରେ ଫାଙ୍କା ଗୁଳିଚାଳନା ଓ ଭୁଜାଲିରେ ଆକ୍ରମଣ କରି ମଦ ଦୋକାନ କର୍ମଚାରୀଙ୍କ ପାଖରୁ ୪ ଲକ୍ଷ ୮୫ ହଜାର ଟଙ୍କା ଲୁଟ୍ କରି ନେଇଥିଲେ। ଏଥିନେଇ ଅଭିଯୋଗ ହେବା ପରେ ନାଲକୋନଗର ପୋଲିସ ୧୮୬/୨୨ରେ ଏକ ମାମଲା ରୁଜୁ କରି ଘଟଣାର ଛାନଭିନ ଆରମ୍ଭ କରିଥିଲା। ସିସିଟିଭି ଫୁଟେଜ ଆଧାରରେ ପୋଲିସ ଅଭିଯୁକ୍ତଙ୍କ କାର୍ ଚିହ୍ନଟ କରିଥିଲା। ପରେ ଖୋଳତାଡ଼ କରି ଅଭିଯୁକ୍ତଙ୍କ ପାଖରେ ପୋଲିସ ପହଞ୍ଚିଥିବା କୁହାଯାଉଛି। ଏହି ମାମଲାରେ ୪ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଥିଲାବେଳେ ଏମାନଙ୍କ ଭିତରୁ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ସେମାନଙ୍କ ପାଖରୁ କିଛି ଟଙ୍କା ଓ କାର୍ ଜବତ କରାଯାଇଛି। କିନ୍ତୁ ତଦନ୍ତ ଚାଲିଥିବାରୁ ପୋଲିସ ଏଥିନେଇ କିଛି କହିବାକୁ ମନା କରି ଦିଆଯାଇଛି।

Share

Leave a Reply