ଅନୁଗୁଳ ଜିଲ୍ଲାରେ ୨ ନୂଆ ଥାନା ଉଦଘାଟିତ

0

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ସୋମବାର ୨ଟି ନୂଆ ଥାନା ଉଦଘାଟିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ଭର୍ଚ୍ଚୁଆଲ ମୋଡରେ ଅପରାହ୍ନ ୪ଟା ୩୦ରେ ଏହାକୁ ଆନୁଷ୍ଠାନିକଭାବେ ଉଦଘାଟିତ କରିଛନ୍ତି। ଛେଣ୍ଡିପଦା ଥାନା ଅନ୍ତର୍ଗତ ବାଗେଡ଼ିଆ ଫାଣ୍ଡି ଉନ୍ନିତ କରାଯାଇ ଏହାର ଅଧିନରେ ଥିବା ବାଗେଡିଆ, ପାଟକୁମୁଣ୍ଡା, ବରସାହି, ଶିମିଳିପାଳ, ଟାଙ୍ଗିରି, ବସନ୍ତପୁର, କଣଲୋଇ ଓ ନୂଆଗାଁ ଆଦି ୯ଟି ପଞ୍ଚାୟତର ୪୮ଟି ଗାଁ ଏହି ନୂଆ ଥାନାରେ ସାମିଲ ହୋଇଛନ୍ତି। ବାଗେଡ଼ିଆ ରାଜୀବଗାନ୍ଧୀ ସେବାକେନ୍ଦ୍ରରେ ଏହି ନୂଆ ଥାନା ବର୍ତ୍ତମାନ କାର୍ଯ୍ୟକ୍ଷମ ହେବ। ଏହି ଉଦଘାଟନ ଉତ୍ସବରେ ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା, ଏସ୍‌ପି ସୁଧାଂଶୁ ଶେଖର ମିଶ୍ର, ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ଅଗସ୍ତୀ ବେହେରା, ପୂର୍ବତନ ବିଧାୟକ ଖଗେଶ୍ବର ବେହେରା, ଆଡିଶନାଲ ଏସ୍ପି ପ୍ରଶନ୍ନ କୁମାର ବିଶ୍ବାଳ, ଅନୁଗୁଳ ଏସ୍‌ପିଓ ରମାକାନ୍ତ ମହାଲିକ୍, ଛେଣ୍ଡିପଦା ଥାନା ଆଇଆଇସିସ ଧିରେନ୍ ବେହେରା, ଜିଲ୍ଲା ପରିଷଦ ସଭ୍ୟ, ସମସ୍ତ ସରପଞ୍ଚ, ସମିତି ସଭ୍ୟ, ଗାଁ ଗୁଡ଼ିକର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ସେହିଭଳି ତାଳଚେର ଉପଖଣ୍ଡର କଲିଏରୀ ଥାନା ଅଧିନରେ ଥିବା ଗୋପାଳପ୍ରସାଦ ଫାଣ୍ଡିକୁ ଉନ୍ନିତ କରାଯାଇ ଥାନା କରାଯାଇଛି। ଡ଼ଅଁରା, ଗୋପାଳପୁର, କଳମଛୁଇଁ, ପଦ୍ମାବତୀପୁର ଓ କୁମୁଣ୍ଡା ଆଦି ୫ଟି ପଞ୍ଚାୟତର ୪୫ଟି ଗାଁକୁ ନେଇ ଏହି ନୂଆ ଥାନା ଗଠନ କରାଯାଇଛି। ଏହାର ଉଦଘାଟନ ଉତ୍ସବରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ବ୍ରିଜେଶ ରାୟ, ଢ଼େଙ୍କାନାଳ ସାଂସଦଙ୍କ ପ୍ରତିନିଧି, ଆଡିଶନାଲ ଏସ୍‌ପି ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ତାଳଚେର ଭାରପ୍ରାପ୍ତ ଏସ୍ଡିପିଓ ଅକ୍ଷୟ କୁମାର ପଣ୍ଡା,ଜିଲ୍ଲାପରିଷଦ ସଭ୍ୟ, ସମସ୍ତ ସରପଞ୍ଚ, ସମିତି ସଭ୍ୟ ଓ ଗ୍ରାମବାସୀ ବୃନ୍ଦ ଉପସ୍ଥିତ ଥିଲେ।

Leave A Reply

Your email address will not be published.

error: Content is protected !!