ଅନୁଗୁଳ : ଅନୁଗୁଳ ଜିଲ୍ଲା ସଦର ମହକୁମାଠାରୁ ମାତ୍ର ୬ କିଲୋମିଟର ଦୁରରେ ଥିବା ମନ୍ଦରଗିରି ନିକଟରେ ସୋମବାର ୨୦ଟି ବୁଲୁଥିବାର ଦେଖିବାକୁ ମିଳିଛି। ଏହି ହାତୀକୁ ଜନବସତୀଠାରୁ ଦୁରେଇ ରଖିବା ପାଇଁ ପୁରୁଣାଗଡ଼ ବନାଞ୍ଚଳ କର୍ମଚାରୀମାନେ ଅକ୍ଳାନ୍ତ ଉଦ୍ୟମ କରୁଛନ୍ତି। ସନ୍ଧ୍ୟାସୁଦ୍ଧା ପାତୀପଲ ଶାହାରାଗୁଡ଼ା ଜଙ୍ଗଲ ମୁଁହା ହୋଇଛନ୍ତି। କରତପଟା ସେକ୍ସନର ଏହି ହାତୀଗୁଡ଼ିକ ସୌର ବାଡ଼ ଯୋଗୁଁ ପ୍ରଭାବିତ ହୋଇ ଏବେ ମନ୍ଦରଗିରି ଜଙ୍ଗଲ ମୁହାଁ ହୋଇ ସହର ଆଡ଼କୁ ମାଡ଼ି ଆସୁଥିବାର ଆଶଂକା କରାଯାଉଛି। ଏବେ ୨/୩ ଦିନ ତଳେ ନାଲକୋ ଓ ଅନୁଗୁଳ ସହର ଉପକଣ୍ଠରେ ଢ଼େଙ୍କାନାଳ ଅଞ୍ଚଳର ପ୍ରାୟ ୧୫ଟି ହାତୀ ଅସିଥିଲେ। ସେମାନଙ୍କୁ ବନବିଭାଗ ଘୌଡ଼ାଇ ପୁଣି ଢ଼େଙ୍କାନାଳ ଅଞ୍ଚଳକୁ ପଠାଇ ଦେଇଥିଲା।
ପୁଣି ସହର ଉପକଣ୍ଠରେ ୨୦ ହାତୀ
- Post published:September 27, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau

Tags: Angul