ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ

You are currently viewing ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ
Law Judge Gavel And Legality Symbol

ଅନୁଗୁଳ: ୪ବର୍ଷ ପୂର୍ବେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ମାମଲାରେ ଅଦାଲତ କିଶୋରନଗର ଥାନା ଅନ୍ତର୍ଗତ ଗୁରୁଜାଙ୍ଗ ଗ୍ରାମର ଗଜେନ୍ଦ୍ର ବେହେରାକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ମାମଲାରେ ତାକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ହେବା ସହିତ ୨୦ ହଜାର ଟଙ୍କା ଜରିମାନା କରାଯାଇଛି। ସୂଚନା ଅନୁଯୟୀ, ଗତ ୨୦୧୯ ମସିହା ଜାନୁଆରି ୧୯ ତାରିଖ ରାତି ପ୍ରାୟ ୧୧ଟା ବେଳେ ଗଜେନ୍ଦ୍ର ବେହେରା ଜଣେ ନାବାଳିକାଙ୍କୁ ତାଙ୍କ ଘରେ ପଶି ଦୁଷ୍କର୍ମ କରିଥିଲା। ଏ ସଂପର୍କରେ ନାବାଳିକାଙ୍କ ପରିବାର ପକ୍ଷରୁ ଗାଁ କମିଟିକୁ ଅବଗତ କରାଯାଇଥିଲା। ପରେ ଏହି ଘଟଣାକୁ ନେଇ ଗାଁରେ ଏକ ବୈଠକ ବସିଥିଲା। କିନ୍ତୁ ବୈଠକରେ ଘଟଣାର କୌଣସି ସମାଧାନ ହେବା ପରିବର୍ତ୍ତେ ଅଭିଯୁକ୍ତ ଗଜେନ୍ଦ୍ର ଓ ତାର ଭାଇ ଭଜମନ ବେହେରା ମିଶି ନାବାଳିକାଙ୍କ ପରିବାର ସଦସ୍ୟଙ୍କୁ ଗାଳିଗୁଲଜ କରି ମାରପିଟ କରିଥିଲେ। ତେଣୁ ବାଧ୍ୟ ହୋଇ ନାବାଳିକାଙ୍କ ମା’ କିଶୋରନଗର ଥାନାରେ ଅଭିଯୋଗ କରିଥିଲେ।

ଅଭିଯୋଗ ଆଧାରରେ କିଶୋରନଗର ଥାନା ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଭଜମନ ବେହେରା ଓ ଗଜେନ୍ଦ୍ର ବେହେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଏହି ମାମଲାର ବିଚାର ଅତିରିକ୍ତ ଜିଲ୍ଲା ସେସନ୍
ଜଜ୍ ଫାଷ୍ଟଟ୍ରାକ ତଥା ସ୍ପେସାଲ କୋର୍ଟ (ପକ୍‌‌ସୋ)‌ ରେ ଚାଲିଥିଲା। ଏହି ମାମଲାରେ ସମୁଦାୟ ୨୧ ଜଣ ଲୋକଙ୍କର ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ଏହି ସାକ୍ଷୀ ପ୍ରମାଣ ଆଧାରରେ ଅଭିଯୁକ୍ତ ଗଜେନ୍ଦ୍ରକୁ ଅଦାଲତ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୨୦ ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି। ଜରିମାନା ଅନାଦେୟ ତାଙ୍କୁ ଅଧିକ ୩ ମାସ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ ସେହିପରି ଭଜମନ ବେହେରାକୁ ୭ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଯିବା ସହ ୨୦ ହଜାର ଟଙ୍କା କରାଯାଇଛି। ଜରିମାନା ଅନାଦେୟ ତାକୁ ଅଧିକ ୩ ମାସ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ।ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ସୁଶାନ୍ତ କୁମାର ମିଶ୍ର ଏହି ମାମଲା ପରିଚାଳନା କରୁଥିଲେ।

Share

Leave a Reply