ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଓ ଜରିମାନା

You are currently viewing ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଓ ଜରିମାନା

ଅନୁଗୁଳ: ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଅନୁଗୁଳ ଅତିରିକ୍ତ ଜିଲ୍ଲା ଜଜ୍ ତଥା ସ୍ୱତନ୍ତ୍ର ଜଜ୍ ପୋକସୋ। ସୂଚନା ମୁତାବକ, ଗତ ୨୭.୧୦.୨୦୨୧ ରାତି ୯ଟା ବେଳେ ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଅଞ୍ଚଳର ଜଣେ ନାବାଳିଆ ରାତିରେ ଶୌଚ ହେବାକୁ ବାହାରକୁ ଆସିଥିଲେ। କିନ୍ତୁ ସେ ଫେରିବା ଡେରି ହେବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ଦୀର୍ଘ ସମୟ ଯାଏ ଖୋଜା ଖୋଜି କରି ମଧ୍ୟ ସେମାନେ ଝିଅକୁ ପାଇନଥିଲେ। ପରେ ଘର ଲୋକ ଜାଣିବାକୁ ପାଇଥିଲେ ଯେ ତାଙ୍କ ଝିଅ ସମ୍ବଲପୁର ଜିଲ୍ଲା କୁସୁମଖୋଲ ଗ୍ରାମର ରାଜେଶ ବେହେରା ଘରେ ଅଛି। ଏଣୁ ସେମାନେ କିଶୋରନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ କିଶୋରନଗର ଥାନା ପୋଲିସ ସେତେବେଳେ ଦଫା 363/366/376(3)376(2)(n), 4(2)/6(1) ପୋକସୋ ଆକ୍ଟରେ ମାମଲା ରୁଜୁ କରି ଅଭିଯୁକ୍ତ ରାଜେଶ ବେହେରାକୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ନାବାଳିକାକୁ ଉଦ୍ଧାର କରିଥିଲେ।

ଆଜି ଉକ୍ତ ମାମଲାର ଶୁଣାଣି କରି ୨୦ ଜଣ ସାକ୍ଷୀ ପ୍ରମାଣ ଆଧାରରେ ଅତିରିକ୍ତ ଜିଲ୍ଲା ଜଜ ତଥା ସ୍ୱତନ୍ତ୍ର ଜଜ ପୋକସୋ ସୌମ୍ୟା ଶୁଭଦର୍ଶିନୀ ଅଭିଯୁକ୍ତ ରାଜେଶ ବେହେରାକୁ ୨୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥି ସହ ୧୩ ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି।ଜରିମାନା ଅନାଦେୟ ଅଧିକ ୧ବର୍ଷ ଜେଲଦଣ୍ଡ ଶୁଣାଣି କରିଛନ୍ତି। ତତ ସହିତ ପୀଡ଼ିତାକୁ ୪ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ସରକାରଙ୍କ ପକ୍ଷରୁ ଏହି ମାମଲାକୁ ସ୍ପେଶାଲ ପିପି ସରୋଜ କୁମାର ପଟ୍ଟନାୟକ ପରିଚାଳନା କରୁଥିଲେ।

Share

Leave a Reply