୭୬ ବର୍ଷରେ କବିତା ଲେଖୁଛନ୍ତି,ଗାଉଛନ୍ତି ସୁବର୍ଣ୍ଣ

0

ଅନୁଗୁଳ: ୭୬ ବର୍ଷ ବୟସରେ ସେ କବିତା ଲେଖୁଛନ୍ତି,ଆବୃତ୍ତି ବି କରୁଛନ୍ତି,ରାତିରେ ଭାବନ୍ତି ଦିନରେ ଲେଖନ୍ତି। ଦୁଇ ଦୁଇ ଖଣ୍ଡ ବହି ପ୍ରକାଶିତ ହୋଇସାରିଛି। ସେ କେବଳ ଜଣେ କବି ପ୍ରାଣ ମହିଳା ନୁହନ୍ତି ପରିବେଶ
ସୁରକ୍ଷା ଦିଗରେ ସେ ଜଣେ ଅଗ୍ରଣୀ ସେନାପତି। ୧୯୮୫ ମସିହାରୁ ସେ ନିୟମିତ ଗଛ ଲଗାଇ ଆସୁଛନ୍ତି,ଗଛର ସୁରକ୍ଷା ନେଇ ଲୋକଙ୍କୁ ସଚେତନ ବି କରୁଛନ୍ତି। ଏଇ ମହିଳା ଜଣକ ହେଲେ ବଅଁରପାଳ ବ୍ଲକ୍‌ କୁଇଓ ଦେହୁରୀ ସାହିର ବାସିନ୍ଦା ସୁବର୍ଣ୍ଣ ଦେହୁରୀ।

ପାଠ ମାଇନର ଯାଏଁ ପଢ଼ିଛନ୍ତି । ପରିବେଶ କର୍ମୀ ସୁବ୍ରତ ପ୍ରଧାନଙ୍କ ଠାରୁ ସୂଚନା ପାଇ ଆମେ ସୁବର୍ଣ୍ଣଙ୍କ ଘରେ ପହଞ୍ଚୁ ପହଞ୍ଚୁ ସେ, ଆରମ୍ଭ କରିଦେଇଥିଲେ କବିତା ଆବୃତ୍ତି। ସ୍ପଷ୍ଟ ଉଚ୍ଚାଙ୍ଗ କବିତା ଆବୃତ୍ତି ଆମକୁ ଅନେକ ଆମୋଦିତ କରିଥିଲା ଯେତିକି ଚକିତ କରିଥିଲା ବି ସେତିକି। ଘର ପାଖରେ କୁଇଓ ରିଜର୍ଭ ଫରେଷ୍ଟ। ପ୍ରାୟ ୫୦୦ ହେକ୍ଟର ହେବ। ନିୟମିତ ବୁଲିବାକୁ ଯାଆନ୍ତି,ଗଛ ଲଗାନ୍ତି,ଜଙ୍ଗଲ ଜଗନ୍ତି। ଯଦି କେହି ଗାଁ ଲୋକ ଜଙ୍ଗଲରୁ ଗଛ କାଟିଲା ତେବେ ତାକୁ ତାଗିଦ୍‌ ମଧ୍ୟ କରନ୍ତି। ଗଛ ହିଁ ଜୀବନ ଗଛ ବଞ୍ଚିଲେ ସମାଜ ବଞ୍ଚିବ। ଗଛ ନ ରହିଲେ ରଥ ଯାତ୍ରା ହୋଇ ପାରିବ ନାହିଁ। ଜଗନ୍ନାଥଙ୍କୁ ଜ୍ଵର ହେଲେ ଔଷଧ କୋଉଠୁ ଆସିବ? ଏହି ସବୁ କଥା ବସ୍ତୁକୁ ନେଇ ସୁବର୍ଣ୍ଣ ଲେଖିଛନ୍ତି ରାଶି ରାଶି କବିତା। ଦୁଇଟି ବହି ପ୍ରକାଶିତ ହୋଇଚି ସିନା ଅନେକ କବିତା ତାଙ୍କର ମୁହେଁ ମୁହେଁ।

ସୁବର୍ଣ୍ଣଙ୍କ ପ୍ରତିଭା,ପରିବେଶ ସୁରକ୍ଷା ପାଇଁ ତାଙ୍କର ଅଙ୍ଗିକାରବଦ୍ଧତା ହେତୁ ୨୦୧୯ ରେ ତାଙ୍କୁ ମିଳିଛି ପ୍ରକୃତି ବନ୍ଧୁ ପୁରସ୍କାର ବଅଁରପାଳ ବ୍ଲକ୍‌ ପକ୍ଷରୁ ମଧ୍ୟ ସେ ପୁରସ୍କୃତ ହୋଇଛନ୍ତି।ଏବେବି ସୁବର୍ଣ୍ଣଙ୍କ ଲେଖା ଚାଲୁ ରହିଛି।ଏଟିଭି ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରୁଛି।

Leave A Reply

Your email address will not be published.

error: Content is protected !!