ଟ୍ୟୁସନ ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲା: ଅଭିଯୁକ୍ତ ଟ୍ୟୁସନ ସାରଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ

You are currently viewing ଟ୍ୟୁସନ ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲା: ଅଭିଯୁକ୍ତ ଟ୍ୟୁସନ ସାରଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ
Law Judge Gavel And Legality Symbol

ଅନୁଗୁଳ: ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଟ୍ୟୁସନ ସାରଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ। ୨୦୨୨ ମସିହାରେ ହଣ୍ଡପା ଅଞ୍ଚଳରେ ଜଣେ ଟ୍ୟୁସନ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଟ୍ୟୁସନ ଶିକ୍ଷକଙ୍କୁ ଆଜି ଅତିରିକ୍ତ ଜିଲ୍ଲା ତଥା ସ୍ୱତନ୍ତ୍ର ଜଜ୍ ପୋକସୋ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

ସୂଚନା ମୁତାବକ, ହଣ୍ଡପା ଅଞ୍ଚଳର ଜଣେ ନାବାଳିକା ଛାତ୍ରୀ ସେହି ଅଞ୍ଚଳର ବାସୁଦେବ ରଥଙ୍କ ପାଖକୁ ଟ୍ୟୁସନ ଯାଉଥିଲେ। ୧୩. ୦୬. ୨୦୨୨ ଦିନ ସକାଳ ୮ଟା ସମୟରେ ସମ୍ପୃକ୍ତା ନାବାଳିକା ଛାତ୍ରୀ ଟ୍ୟୁସନ ଯାଇଥିଲେ। ଘର ବାରଣ୍ଡାରେ ଟ୍ୟୁସନ ଚାଲିଥିବା ବେଳେ ଖାତା ଦେଖିବା ଆଳରେ ବାସୁଦେବ ସମ୍ପୃକ୍ତା ଛାତ୍ରୀଙ୍କୁ ଘର ଭିତରକୁ ଡାକି ନେଇ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲେ। ଛାତ୍ରୀ ପାଟି କରି କାନ୍ଦିବାରୁ ବାସୁଦେବ ତାର ପାଟିକୁ ହାତରେ ଚାପି ରଖି ଧମକ ଚମକ ଦେଇଥିଲେ। ଏହି ଘଟଣା ସମ୍ପର୍କରେ ସମ୍ପୃକ୍ତା ନାବାଳିକା ଛାତ୍ରୀ ନିଜ ପରିବାର ଲୋକଙ୍କୁ ଜଣାଇବା ପରେ ପୀଡିତାଙ୍କ ପରିବାର ପକ୍ଷରୁ ହଣ୍ଡପା ଥାନାରେ ଲିଖିତ ଏତଲା ଦିଆଯାଇଥିଲା।

ଏତଲା ଆଧାରରେ ହଣ୍ଡପା ଥାନା ପୋଲିସ କେସ ୧୪୯/୧୩.୬.୨୦୨୨ ଦଫା 354/376(2)(f)/376(2)(n)/376AB/506IPC 4(2)/6(1)/10 ପୋକସୋ ଆକ୍ଟରେ ମାମଲା ରୁଜୁ କରି ଅଭିଯୁକ୍ତ ଟ୍ୟୁସନ ଶିକ୍ଷକ ବାସୁଦେବ ରଥଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।

ଆଜି ଅତିରିକ୍ତ ଜିଲ୍ଲା ତଥା ସ୍ୱତନ୍ତ୍ର ଜଜ ପୋକସୋ ସୌମ୍ୟା ଶୁଭଦର୍ଶିନୀ ଏହି ମାମଲାର ଶୁଣାଣି କରି ୨୪ ଜଣ ସାକ୍ଷୀ ପ୍ରମାଣକୁ ଆଧାର କରି ଅଭିଯୁକ୍ତ ବାସୁଦେବ ରଥଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୧୦ ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି। ଜରିମାନା ଅନାଦେୟ ଅଧିକ ଏକ ବର୍ଷ ଜେଲ ଦଣ୍ଡ ଶୁଣାଣି କରିଛନ୍ତି। ସରକାରଙ୍କ ପକ୍ଷରୁ ଏହି ମାମଲାକୁ ସ୍ୱତନ୍ତ୍ର ପିପି ସରୋଜ କୁମାର ପଟ୍ଟନାୟକ ପରିଚାଳନା କରୁଥିଲେ।

Share

Leave a Reply