ତାଳଚେର କଂଗ୍ରେସ ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ ଦାସଙ୍କ ନାମାଙ୍କନ ଦାଖଲ ବେଳେ ଉତ୍ତେଜନା, ଧସ୍ତାଧସ୍ତି ହେଲେ ପୋଲିସ ଓ ଦଳୀୟ କର୍ମୀ

You are currently viewing ତାଳଚେର କଂଗ୍ରେସ ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ ଦାସଙ୍କ ନାମାଙ୍କନ ଦାଖଲ ବେଳେ ଉତ୍ତେଜନା, ଧସ୍ତାଧସ୍ତି ହେଲେ ପୋଲିସ ଓ ଦଳୀୟ କର୍ମୀ

ତାଳଚେର: ଆଜି ତାଳଚେର ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ ଦାସ ନିଜର ନାମାଙ୍କନ ପତ୍ର ଦାଖଲ ସମୟରେ ଏକ ଅପ୍ରୀତିକର ସ୍ଥିତି ଦେଖିବାକୁ ମିଳିଛି। ନାମାଙ୍କନ ବେଳେ କଂଗ୍ରେସ କର୍ମୀ ଓ ପୋଲିସଙ୍କ ମଧ୍ୟରେ ଠେଲା ପେଲା ହୋଇଥିଲା। ଫଳରେ ଧସ୍ତାଧସ୍ତି ଭଳି ସ୍ଥିତି ଉପୁଜିଥିଲା।

ସୂଚନା ମୁତାବକ, ପ୍ରଫୁଲ୍ଲ ଦାସ ପ୍ରଥମେ ଏକ ନମ୍ବର ୱାର୍ଡ ସ୍ଥିତ ଜଗନ୍ନାଥ ମନ୍ଦିରରେ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରି ସହର ପରିକ୍ରମା କରି ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏହି ସମୟରେ ଶ୍ରୀ ଦାସଙ୍କ ଅଧିକ ସମର୍ଥକ ଭିତରକୁ ଯିବାକୁ ଅଡି ବସିଥିଲେ। ଏଣୁ ପୋଲିସମାନେ ତାଙ୍କୁ ଅଟକାଇଥିଲେ। ଫଳରେ କର୍ମୀ ଓ ପୋଲିସ ମଧ୍ୟରେ କଥା କଟାକଟି ହୋଇ ଏକ ଉତ୍ତେଜନାପୂର୍ଣ୍ଣ ଅବସ୍ଥା ଦେଖାଦେଇଥିଲା। ପରେ ତାଳଚେର ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ଅବସ୍ଥା ଶାନ୍ତ ପଡିଥିଲା। ପରେ ଶ୍ରୀ ଦାସଙ୍କ ସାଙ୍ଗରେ ପାଞ୍ଚ ଜଣ ଯାଇ ନାମାଙ୍କନ ପତ୍ର ଦାଖଲ କରିଥିବା ଦେଖିବାକୁ ମିଳିଥିଲା। ଏ ଅବସରରେ କଂଗ୍ରେସ ଢେଙ୍କାନାଳ ସାଂସଦ ପ୍ରାର୍ଥିନୀ ସସ୍ମିତା ବେହେରା ଉପସ୍ଥିତ ଥିଲେ।

Share

Leave a Reply