ତାଳଚେରରେ ୨୧ତମ ପୁସ୍ତକ ମେଳା ଉଦଘାଟିତ, ଖଣ୍ଡେ ପୁସ୍ତକ କିଣି ପଢ଼ିବାକୁ ପରାମର୍ଶ

You are currently viewing ତାଳଚେରରେ ୨୧ତମ ପୁସ୍ତକ ମେଳା ଉଦଘାଟିତ, ଖଣ୍ଡେ ପୁସ୍ତକ କିଣି ପଢ଼ିବାକୁ ପରାମର୍ଶ

ତାଳଚେର: ତାଳଚେର ହାଟତୋଟା ସ୍ଥିତ ପ୍ରଜାମଣ୍ଡଳ ପରିସରରେ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି ୨୧ତମ ତାଳଚେର ପୁସ୍ତକମେଳା। ଜାନୁୟାରୀ୩୦ ଯାଏଁ ଏହି ମେଳା ଚାଲିବ।

ଉପଜିଲ୍ଲାପାଳ ମନୋଜ କୁମାର ତ୍ରିପାଠୀ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ସାଂସଦ ମହେଶ ସାହୁ ଯୋଗ ଦେଇ ପୁସ୍ତକର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ। ଜ୍ଞାନ ଆହରଣ କରିବା ପାଇଁ ପୁସ୍ତକଚାହିଦା ଯୁଗେ ଯୁଗେ ରହିଛି ଓ ରହିବ ବୋଲି ସେ କହିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ତାଳଚେର ବିଧାୟକ ଯୋଗ ଦେଇ କହିଥିଲେ ଯେ ଇଣ୍ଟରନେଟ ଯୁଗରେ ମଧ୍ୟ ବହିର ଚାହିଦା ରହିଛି ଏବଂ ଲୋକଙ୍କ ବହିପ୍ରତି ଆଗ୍ରହ ବୃଦ୍ଧି ପାଇବା ଦେଖାଦେଇଛି। ସମସ୍ତେ ଏହି ପୁସ୍ତକମେଳାରୁ ବହି ଖଣ୍ଡେ ଖଣ୍ଡେ କିଣିବା ପାଇଁ ସେ ଅନୁରୋଧ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ଲେଖିକା ହୀରଣ୍ମୟୀ ମିଶ୍ର, ସାଧାରଣ ସମ୍ପାଦକ ଦେବୀ ମିଶ୍ର, ଉପସଭାପତି ଡ଼ଃ ରଶ୍ମି ରଞ୍ଜନ ମିଶ୍ର, ଯୁଗ୍ମ ସମ୍ପାଦକ ବିରଜା ଶଙ୍କର ମିଶ୍ର, ଉପସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ ଉପସ୍ଥିତ ଥିଲେ।

Share

Leave a Reply