ଅନୁଗୁଳ: ଅବକାରୀ ବିଭାଗକୁ ମିଳିଛି ଆଉ ଏକ ସଫଳତା । ଶୁକ୍ରବାର ବଅଁରପାଳ ଥାନା ଇଲାକା ତଳମୂଳ ଗ୍ରାମରେ ଚଢ଼ାଉ କରି ୨୮ କିଲୋ ଗଞ୍ଜେଇ ଜବତ କରିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ଅଢ଼େଇ ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି । ଗଞ୍ଜେଇ ଚୋରା କାରବାର ଚଳାଇଥିବା ତଳମୂଳ ଗ୍ରାମର ରମେଶ ଚନ୍ଦ୍ର ନାଥ(୭୨)ଙ୍କୁ ଅବକାରୀ ବିଭାଗ ଗିରଫ କରି ଶୁକ୍ରବାର କୋର୍ଟଚାଲାଣ କରିଛି ।ଅବକାରୀ ବିଭାଗ ସୂଚନା ମୁତାବକ, ଅଭିଯୁକ୍ତ ଶ୍ରୀ ନାଥ ଦୀର୍ଘଦିନ ହେଲା ଚୋରା । ଗଞ୍ଜେଇ କାରବାର ଚଳାଇଥିଲା । ବୌଦ୍ଧରୁ କିଛି ବେପାରୀ ବାଇକ୍ରେ ଆସି ତାଙ୍କୁ ନିୟମିତ ଗଞ୍ଜେଇ ଦେଇ ଯାଉଥିଲେ। ଏହି ଚଢ଼ାଉରେ ଜିଲ୍ଲା ଅବକାରୀ ବିଭାଗ ମୋବାଇଲ ସ୍କ୍ୱାଡ୍ ଇନ୍ସପେକ୍ଟର କରୁଣା ଶଙ୍କର ତିୱାରୀ, ସଦର ରେଞ୍ଜ୍ ଇନ୍ସପେକ୍ଟର ଦିଲ୍ଲୀପ ବେହେରା, ସରୋଜ ସାହୁ, ସନ୍ତୋଷ ସାହୁ, ହେମନ୍ତ ନାଏକ, ସୁରେଶ କୁମାର ପାଲ, ସୋନୁ ନାଏକ ପ୍ରମୁଖ ସାମିଲ ଥିଲେ ।
ତଳମୂଳରେ ଚୋରା ଗଞ୍ଜେଇ କାରବାର, ୨୮ କେଜି ଗଞ୍ଜେଇ ଜବତ, ବୃଦ୍ଧ ଗିରଫ
- Post published:April 3, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau
