solar

ବାଲିପଟ୍ଟାରେ ବିଜେପିର ମିଶ୍ରଣ ପର୍ବ

'ପଦ୍ମ’ ଧରିଲେ ପୂର୍ବତନ ବ୍ଲକ୍ କଂଗ୍ରେସ ସଭାପତି

0

ଅନୁଗୁଳ: କିଛି ଦିନ ତଳେ ଦଳରୁ ନିଲମ୍ବିତ ହୋଇଥିବା ପୂର୍ବତନ ବ୍ଲକ୍ କଂଗ୍ରେସ ସଭାପତି ତଥା ବାଲିପଟ୍ଟା ପଞ୍ଚାୟତର ସମିତିସଭ୍ୟ ଅଜିତ୍ କୁମାର ପ୍ରଧାନ ବିଜେପିରେ ସାମିଲ ହୋଇଛନ୍ତି । ଛେଣ୍ଡିପଦା ବ୍ଲକ୍‌ର ବାଲିପଟ୍ଟାଠାରେ ୧୭ ନମ୍ବର ଜିଲ୍ଲାପରିଷଦ ଜୋନ୍‌ସ୍ତରୀୟ ଏକ ମିଶ୍ରଣ ପର୍ବ ବିଜେପି ପକ୍ଷରୁ ଶୁକ୍ରବାର ପୂର୍ବାହ୍ନରେ ଆୟୋଜିତ ହୋଇଥିଲା । ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ସୁଦୀପ କୁମାର ଗଡ଼ନାୟକଙ୍କ ତତ୍ବାବଧାନରେ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଗସ୍ତି ବେହେରାଙ୍କ ନେତୃତ୍ବରେ ଆୟୋଜିତ ଏହି ମିଶ୍ରଣ ପର୍ବରେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ରୁଦ୍ରନାରାୟଣ ପାଣି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ଶାସନ ବ୍ୟବସ୍ଥା ନେଇ କଟୁ ସମାଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଜନହିତକାରୀ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ ଶ୍ରୀ ପାଣି କର୍ମୀଙ୍କୁ ଆହ୍ବାନ କରିଥିଲେ । ଏହି ଅବସରରେ ଜରପଡ଼ା ଜୋନ୍ ଜିଲ୍ଲା ପରିଷଦ ଉପନିର୍ବାଚନ ନିମନ୍ତେ ଅଜିତ୍ କୁମାର ପ୍ରଧାନଙ୍କୁ ବିଜେପି ପ୍ରାର୍ଥୀ ଘୋଷଣା କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ବିଜେପି ସଭାପତି ଦିଲେଶ୍ୱର ପ୍ରଧାନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପଚନ୍ଦ୍ର ପ୍ରଧାନ, ବରିଷ୍ଠ ନେତା ଗତିକୃଷ୍ଣ ପ୍ରଧାନ, ବିଶ୍ୱରଞ୍ଜନ ପ୍ରଧାନ, ବିଜୟ ମାଝା, ଗୋପବନ୍ଧୁ ଗଡ଼ନାୟକ, ଶତୃଘ୍ନ ସାହୁ, ମଣ୍ଡଳ ସଭାପତି ମଦନମୋହନ ଗଡ଼ନାୟକ, ଜୀବନ ସାହୁ, ଡମ୍ବରୁଧର ବେହେର, ସରପଞ୍ଚ ସୁଧାକର ସାହୁ, ସମ୍ବଲପୁର ସାଂସଦଙ୍କ ବ୍ଲକ୍ ପ୍ରତିନିଧ ଯଶୋବନ୍ତ ପ୍ରସାଦ ବେହେରା, ମିଡ଼ିଆସେଲ ପ୍ରଭାରୀ ଅକ୍ଷୟପାଦ ବେହେରାଙ୍କ ସମେତ ବହୁ ନେତା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଜିଲ୍ଲା ସାଧାରଣ ସମ୍ପାଦକ ଚୌଧୁରୀ ପ୍ରଧାନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

 

Leave A Reply

Your email address will not be published.