ପବିତ୍ରନଗର କପ୍-୨୦୨୪ ର ଦ୍ୱିତୀୟ ଦିବସ: ତାଳଚେର ୟୁଥ୍ ସ୍ପୋଟିଂକୁ ଧୂଳି ଚଟାଇଲା ଉତ୍ତର ପ୍ରଦେଶ ଟିମ୍

You are currently viewing ପବିତ୍ରନଗର କପ୍-୨୦୨୪ ର ଦ୍ୱିତୀୟ ଦିବସ: ତାଳଚେର ୟୁଥ୍ ସ୍ପୋଟିଂକୁ ଧୂଳି ଚଟାଇଲା ଉତ୍ତର ପ୍ରଦେଶ ଟିମ୍

ଅନୁଗୁଳ: ସର୍ବଭାରତୀୟ ପବିତ୍ରନଗର କପ୍-୨୦୨୪ ର ଦ୍ୱିତୀୟ ଦିବସ ମ୍ୟାଚ୍ ତାଳଚେର ୟୁଥ୍ ସ୍ପୋଟିଂ ଓ ଏନ୍ଏନ୍ଏସ ଉତ୍ତର ପ୍ରଦେଶ ମଧ୍ୟରେ ଅନୁଷ୍ଠିତ ହୋଇଛି। ପ୍ରଥମେ ଟସ୍ ଜିତି ଉତ୍ତର ପ୍ରଦେଶ ଟିମ୍ ନିର୍ଦ୍ଧାରିତ ୨୫ ଓଭରରେ ୯ ୱିକେଟ ହରାଇ ୨୩୭ ରନ ହାସଲ କରିଥିଲା। ଜବାବରେ ତାଳଚେର ୟୁଥ୍ ସ୍ପୋଟିଂ ୨୫ ଓଭର ରେ ୨୧୪ ରନ କରି ପରାସ୍ତ ହୋଇଥିଲା।

ବିଜୟୀ ଉତ୍ତର ପ୍ରଦେଶ ଦଳର ଆଶିଷ ରତ୍ନମ ୮୯ ରନ କରି ମ୍ୟାଚର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ପୁରସ୍କାର ବିତରଣୀ ଉତ୍ସବରେ ପରାବିଲର ପୂର୍ବତନ ସରପଞ୍ଚ ତଥା କ୍ଲବର ବରିଷ୍ଠ ସଦସ୍ୟ ବଂଶୀଧର ସାହୁ ଉପସ୍ଥିତ ରହି ପୁରସ୍କାର ବିତରଣ କରିଥିଲେ। ସବ୍ୟସାଚୀ ସାହା ଓ ହିମେନ୍ଦ୍ର କୁମାର ସାହୁ ଖେଳ ପରିଚାଳନା କରିଥିବା ବେଳେ ସିପୁନ ବିଶ୍ଵାଳ ଓ ପିନ୍ମୟ ପ୍ରଧାନ ପ୍ରମୁଖ ଅନ୍ୟ ସଦସ୍ୟ ସହଯୋଗ କରିଥିଲେ।

Share

Leave a Reply