ସପ୍ତମ ମର୍ନିଙ୍ଗ ଷ୍ଟାର କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ, ଉଦଘାଟନୀ ଉତ୍ସବରେ ଯୋଗ ଦେଲେ ନାଲକୋ ନିର୍ଦ୍ଦେଶକ

You are currently viewing ସପ୍ତମ ମର୍ନିଙ୍ଗ ଷ୍ଟାର କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ, ଉଦଘାଟନୀ ଉତ୍ସବରେ ଯୋଗ ଦେଲେ ନାଲକୋ ନିର୍ଦ୍ଦେଶକ

ଅନୁଗୁଳ: ସ୍ଥାନୀୟ କଦମ ପଡିଆ ଠାରେ ଚଳିତ ବର୍ଷ ମର୍ନିଙ୍ଗ ଷ୍ଟାର ଫାଉଣ୍ଡେସନ ପକ୍ଷରୁ ସପ୍ତମ ମର୍ନିଙ୍ଗ ଷ୍ଟାର କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଗୁରୁବାର ଆରମ୍ଭ ହୋଇଛି। ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନାଲକୋ ନିର୍ଦ୍ଦେଶକ ଭୀମସେନ ପ୍ରଧାନ, ଜିଲ୍ଲା କ୍ରିକେଟ ସଂଘ ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନ, ଜିଲ୍ଲା କ୍ରିକେଟ ସମ୍ପାଦକ ସାଗରନାଥ ମିଶ୍ର, ପୁଷ୍ପା ଶତପଥୀ, ରାଜାରାମ ମିଶ୍ର, ଅକ୍ଷୟ ସାମନ୍ତ ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରଥମ ମ୍ୟାଚରେ ଏସକେ ୧୨ ତାଳଚେର ଓ ଜିଆଣ୍ଟ ତସ୍କର ରାଉରକେଲା ମଧ୍ୟରେ ହୋଇଥିଲା। ରାଉରକେଲା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୫ ଉଇକେଟରେ ୧୫୦ ରନ କରିଥିଲା। ଦଳ ତରଫରୁ ସମୀର ମହାନ୍ତି ସର୍ବାଧିକ ୫୦ ରନ କରିଥିଲେ। ଜବାବରେ ତାଳଚେର ୨ ଉଇକେଟ ବିନିମୟରେ ୧୫୧ ରନ କରି ବିଜୟୀ ହୋଇଛି।

ସେହିପରି ଦ୍ଵିତୀୟ ମ୍ୟାଚ୍ ଅନୁଗୁଳ କ୍ରିକେଟ ଓ ଏସଜି ସ୍ପୋର୍ଟିଂ କଟକ ମଧ୍ୟରେ ହୋଇଥିଲା। କଟକ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ସମସ୍ତ ଉଇକେଟ ହରାଇ ୧୨୯ ରନ କରିଥିଲା। ଜବାବରେ ଅନୁଗୁଳ ୧୭ ଓଭରରେ ୪ ଉଇକେଟ ବିନିମୟରେ ଲକ୍ଷ୍ୟ ହାସଲ କରିଥିଲା।

ମର୍ନିଙ୍ଗ ଷ୍ଟାର ଫାଉଣ୍ଡେସନର ଚେୟାରମ୍ୟାନ ମାୟାଧର ମିଶ୍ର ମଞ୍ଚ ପରିଚାଳନା କରିଥିବା ବେଳେ ସମ୍ପାଦକ ରଞ୍ଜନ କୁମାର ଧୀର ସାମନ୍ତ ଧନ୍ୟବାଦ ଦେଇଥିଲେ।

Share

Leave a Reply