ବଅଁରପାଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ତଳମୂଳ ପଞ୍ଚାୟତ ଶିମିଳିଛୁଇଁ ଠାରେ ଶୁକ୍ରବାର ୧୦ମ କୁଣ୍ଡେଶ୍ୱର୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସେମି ଫାଇନାଲ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଅନୁଗୁଳ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ସିଦ୍ଧାର୍ଥ ରାଉତରାୟ ଓ ସମ୍ମାନିତ ଅତିଥି ଭାବେ ସମାଜ ସେବୀ ବାପି ନାୟକ ଯୋଗ ଦେଇ ଖେଳକୁ ଉଦଘାଟନ କରିଥିଲେ।
ସୋନପୁର ସହିତ ଝାରସୁଗୁଡା ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଏଥିରେ ସୋନପୁର ୦-୧ ଗୋଲରେ ବିଜୟୀ ହୋଇଥିଲା। ଏଥିରେ ଅରୁଣଦୟ କ୍ଲବର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।
ଆଜି ଫାଇନାଲ ମ୍ୟାଚ ଆୟୋଜିତ ହେବ। ଏହି ମ୍ୟାଚ ବରଗଡ଼ ୟୁନାଇଟେଡ ଓ ବିଏଫସି ସୋନପୁର ମଧ୍ୟରେ ଅନୁଷ୍ଠିତ ହେବ।