ଅନୁଗୁଳ : ଟିପିସିଓଡିଏଲ୍ (ଟାଟା ପାଓ୍ବାର ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍) କର୍ମକର୍ତାଙ୍କୁ ଚାନ୍ଦା ମାଗି ବିଦ୍ୟୁତ୍ କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି କରିବା ଅଭିଯୋଗରେ ସମଲ ଥାନା ପୁଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ସମଲ ଥାନା କୁଲେଇ ଗ୍ରାମର ବାଜିଆ ମହାନ୍ତି (୩୬), ଟୁଲୁ ଓରଫ୍ କମଳ ଲୋଚନ ମହାନ୍ତି (୩୨), ସୁମନ୍ତ ମହାନ୍ତି (୪୫) ବୋଲିଜଣାପଡ଼ିଛି। ଅନ୍ୟତମ ଅଭିଯୁକ୍ତ ପିଙ୍କୁ ଓରଫ୍ ନିରଂଜନ ମହାନ୍ତି (୩୦) ଫେରାରଥିବା ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି। ପ୍ରକାଶ ଯେ, କୁଲେଇ ସାପ୍ତାହୀକ ହାଟ ନିକଟରେ ଉଚ୍ଚ କ୍ଷମତା ବିଦ୍ୟୁତ୍ ଲାଇନ୍ କାର୍ଯ୍ୟ ଚାଲୁଥିବା ବେଳେ ଗତକାଲି ସକାଳେ ୪ ଅଭିଯୁକ୍ତ ପହଞ୍ଚି ଦାବା ବଟି ଦାବି କରିଥିଲେ। ନହେଲେ ଜୀବନରେ ମାରିଦେବା ସହ ଗାଡ଼ି ଭଙ୍ଗାରୁଜା କରିବାକୁ ଧମକଚମକ ଦେଇଥିଲେ। କର୍ମଚାରୀଙ୍କୁ ମାଡ଼ପିଟ୍ କରିବା ସହ ଅଶ୍ଳୀଳ ଭାଷାରେ ଗାଲିଗୁଲଜ କରିଥିଲେ ବୋଲି ବିଭାଗୀୟ ଏସ୍ଡିଓ ରାଜୀବ ଲୋଚନ ଦାସ ଗତକାଲି ଅପରାହ୍ନରେ ସମଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା।
ଦାଦାବଟି ମାଗି ୩ଗିରଫ
- Post published:June 15, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik


