ଅନୁଗୁଳ:-ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ମାଛକୁଟା ଗ୍ରାମର ରୁଗୁଡ଼ିସାହିରେ ଅଗ୍ନିକାଣ୍ଡ ଘଟି ୩ ବଖରା ଚାଳଘର ପୋଡି ପାଉଁଶ ହୋଇଯାଇଛି। ସୂଚନା ଯେ, ଗ୍ରାମର ଯାଦବ ସାହୁ(୬୦)ଙ୍କ ଘରେ ମଙ୍ଗଳବାର ଦିନ ସାଢେ ଗୋଟାଏ ସମୟରେ ହଠାତ୍ ନିଆଁ ଲାଗିଥିଲା। ଗ୍ରାମବାସୀ ଓ ଛେଣ୍ଡିପଦା ଦମକଳ ବାହିନୀ ପହଞ୍ଚି ନିଆଁ ଲିଭେଇଥିଲେ। ନିଆଁ ଲିଭିଲା ବେଳକୁ ୩ ବଖରା ସମ୍ପୂର୍ଣ୍ଣ ପୋଡ଼ି ଯାଇଥିଲା। ତେବେ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ଜଣାପଡିନଥିବା ବେଳେ ବିଦ୍ୟୁତ ସର୍ଟସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବାର ସନ୍ଦେହ କରାଯାଉଛି। ଅଗ୍ନିକାଣ୍ଡରେ ଧାନ, ଚାଉଳ, ଅସବାଵପତ୍ର ଓ ଲୁଗାପଟା ପୋଡି ପାଉଁଶ ହୋଇଯାଇଛି।
ଜଳିଗଲା ୩ ବଖରା
- Post published:February 22, 2022
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Sanjeeb Biswal
