ଅନୁଗୁଳ: ବିଭିନ୍ନ ଜବାହାର ନବୋଦୟ ବିଦ୍ୟାଳୟ ଓ କେନ୍ଦ୍ରୀୟ ବିଦ୍ୟାଳୟ (କେଭି)ରେ ଏଣିକି ଦିବ୍ୟାଙ୍ଗଙ୍କ ପାଇଁ ୩% ସ୍ଥାନ ସଂରକ୍ଷଣ ରହିବ। ସୋମବାର ଲୋକସଭାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସୂଚନା ଦେଇଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି, ସବୁ କେନ୍ଦ୍ରୀୟ ବିଦ୍ୟାଳୟ ଓ ନବୋଦୟ ବିଦ୍ୟାଳୟରେ ନୂଆ ନାମଲେଖାରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ୩% ସିଟ୍ ରହିବ। ବିଦ୍ୟାଳୟରେ ଏହି ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷା ଗ୍ରହଣରେ ସୁବିଧା ଦିଆଯିବ । ଏହି ପିଲାଙ୍କ ପାଇଁ ସବୁଠି ବ୍ୟାରିଅର ଫ୍ରି ସୁବିଧା କରାଯାଇଛି। ପିଲାମାନେ ଯିବା ପାଇଁ ରମ୍ପ୍ ବ୍ୟବସ୍ଥା କରାଯିବା ସହ ସ୍କୁଲରେ ସ୍ଵତନ୍ତ୍ର ଶୌଚାଳୟ ବ୍ୟବସ୍ଥା କରାଯାଇଛି। ଏହା ସହ ଶିକ୍ଷାଗ୍ରହଣ ପାଇଁ ସ୍ଵତନ୍ତ୍ର ଶିକ୍ଷକଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି।
ନବୋଦୟ, କେଭିରେ ଦିବ୍ୟାଙ୍ଗଙ୍କୁ ୩% ସଂରକ୍ଷଣ
- Post published:November 30, 2021
- Post category:ଅନ୍ୟାନ୍ୟ / ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
Tags: Angul


