ଅନୁଗୁଳ: ରାଜ୍ୟର ବିଭିନ୍ନ ସରକାରୀ ଓ ଘରୋଇ ମେଡିକାଲ କଲେଜରେ ନାମଲେଖା ପାଇଁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଓଜେଇଇ ପକ୍ଷରୁ ହେବାକୁ ଥିବା କାଉନ୍ସେଲିଂ ପ୍ରକ୍ରିୟାକୁ ସ୍ଥଗିତ କରାଯାଇଛି। ପରବର୍ତ୍ତୀ ସୂଚନା ଯାଏ ସ୍ଥଗିତ ରଖାଯାଇଛି ବୋଲି ଓଜେଇଇ ଅଧ୍ୟକ୍ଷ ପ୍ରଫେସର ସୁଦିପ କୁମାର ଚାନ୍ଦ ସୂଚନା ଦେଇଛନ୍ତି। ହେଲେ ସରକାରୀ ଘରୋଇ ମେଡି କାଲ କଲେଜରେ ଏମ୍ ବିବିଏସ୍ ଓ ବିଡିଏସ୍ ନାମଲେଖା ପାଇଁ ‘ନିଟ୍-୨୦୨୧’ରେ ରାଙ୍କ୍ ହାସଲ କରିଥିବା ଛାତ୍ରଛାତ୍ରୀ କାଉନ୍ସେଲିଂ ପ୍ରକ୍ରିୟାରେ ଅଂଶଗ୍ରହଣ କରିପାରିବେ। ନିଟ୍ ମେଧା ତାଲିକା ଅନୁଯାୟୀ ପିଲାଙ୍କ ନାମଲେଖା ହେବ। ଛାତ୍ର ଛାତ୍ରୀ ଓଜେଇଇର ୱେବ୍ସାଇଟ୍ www.ojee. nic.in ମାଧ୍ୟମରେ କାଉନ୍ସେଲିଂ ସମ୍ପର୍କିତ ବିସ୍ତୃତ ତଥ୍ୟ ପାଇପାରିବେ । ଓଡ଼ିଶାରେ ୮ଟି ସରକାରୀ ଏବଂ ୨ଟି ଘରୋଇ ମେଡିକାଲ କଲେଜରେ ଥିବା ୧୪୫୦ ସିଟ୍ ଲାଗି ଓଜେଇଇ ପକ୍ଷରୁ କାଉସେଲିଂ କରାଯିବ। ପ୍ରଥମଥର ପାଇଁ ପୁରୀ ଶ୍ରୀଜଗନ୍ନାଥ ମେଡିକାଲ କଲେଜର ୧୦୦ଟି ଏମ୍ବିବିଏସ୍ ସିଟ୍ କାଉନସେଲିଂ ପ୍ରକ୍ରିୟାରେ ସାମିଲ କରାଯିବ। ସୋଆ ବିଶ୍ବବିଦ୍ୟାଳୟର ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ସମେତ ୨ଟି ଡିମ୍ଡ ବିଶ୍ବବିଦ୍ୟାଳୟର ୫ଶହ ସିଟ୍ ଲାଗି ସ୍ଵତନ୍ତ୍ର କାଉନ୍ସେଲିଂ ହେବ ବୋଲି ଓଜେଇଇ କର୍ତ୍ତୃପକ୍ଷ କହିଛନ୍ତି।
ଓଜେଇଇ ମେଡିକାଲ୍ କାଉନ୍ସେଲିଂ ସ୍ଥଗିତ
- Post published:November 30, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau

Tags: Angul