ଅନୁଗୁଳ: ଅନୁଗୁଳ ଜିଲ୍ଲା ବସ ମାଲିକ ସଂଘର ୩୧ ତମ ସ୍ଵନକ୍ଷତ୍ର ଦିବସ ଆଜି ପାଳିତ ହୋଇ ଯାଇଛି। ଏ ଅବସରରେ ସକାଳ ବେଳା ସଂଘ ପକ୍ଷରୁ ଅନୁଗୁଳ ଡାକ୍ତରଖାନାର ମାତୃ ଓ ଶିଶୁ ଯତ୍ନ ୱାର୍ଡରେ ଫଳ ବଣ୍ଟନ କରାଯାଇଥିଲା। ଅନୁଗୁଳ ସିଡିଏମଓ ଡ଼ା ମଦନ ମୋହନ ପ୍ରଧାନ, ଏଡିଏମୋ ମେଡିକାଲ ଡ଼ା ଦିଲୀପ ପଟ୍ଟନାୟକ,ପରିବାର କଲ୍ୟାଣ ଅଧିକାରୀ ଡ଼ା ଅନ୍ତର୍ଯ୍ୟାମୀ ମିଶ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିଲେ।
ଅପରାହ୍ନରେ ଟ୍ରକ ମାଲିକ ସଂଘ ସଭା କକ୍ଷ ରେ ଏକ ବନ୍ଧୁ ମିଳନ ଆୟୋଜିତ ହୋଇଥିଲେ।ଏଥିରେ ଜିଲ୍ଲାର ବିଭିନ୍ନ ବସ ମାଲିକ ସଂଘର ସଦସ୍ୟ ମାନେ ଯୋଗ ଦେଇ ଯାତ୍ରୀ ପରିବହନ ସମସ୍ୟା ଓ ଏହାର ନିରାକରଣ ନେଇ ଆଲୋଚନା କରିଥିଲେ। ଏହି ସମାବେଶରେ ଅନୁଗୁଳ ସଂଘ ସଭାପତି ମାନସ ସାମଲ, ଉପସଭାପତି କଲ୍ଲୋଳ କାନ୍ତ ସାହୁ, ସମ୍ପାଦକ ସନ୍ତୋଷ କୁମାର ମିଶ୍ର, ସହସମ୍ପାଦକ ସୁଦୀପ୍ ଗଡ଼ନାୟକ ଓ କୋଷାଧ୍ୟକ୍ଷ ଉପେନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇ ବସ ମାଲିକ ମାନଙ୍କୁ ସ୍ବାଗତ କରିଥିଲେ ସନ୍ଧ୍ୟାରେ ପୁରୁଣା ବସ ଷ୍ଟାଣ୍ଡ ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।




