୩୯ ତମ ବୋଇତ ବନ୍ଦାଣ ମହୋତ୍ସବର ଉଦଯାପନୀ ସଂଧ୍ୟା, କଣ୍ଠଶିଳ୍ପୀ ତାନସେନ ସିଂ ଓ ଚିତ୍ରଶିଳ୍ପୀ ଲମ୍ବୋଦର ନାଏକ ସମ୍ବର୍ଦ୍ଧିତ

You are currently viewing ୩୯ ତମ ବୋଇତ ବନ୍ଦାଣ ମହୋତ୍ସବର ଉଦଯାପନୀ ସଂଧ୍ୟା, କଣ୍ଠଶିଳ୍ପୀ ତାନସେନ ସିଂ ଓ ଚିତ୍ରଶିଳ୍ପୀ ଲମ୍ବୋଦର ନାଏକ ସମ୍ବର୍ଦ୍ଧିତ

ଅନୁଗୁଳ : ଅଗ୍ରଣୀ ସେବା ଓ ସାଂସ୍କୃତିକ ଅନୁଷ୍ଠାନ କଳାକାର ଦ୍ୱାରା ଆୟୋଜିତ ୩୯ ତମ ବୋଇତ ବନ୍ଦାଣ ମହୋତ୍ସବ ଓ ରାଜ୍ୟସ୍ତରୀୟ ପ୍ରତିଯୋଗିତାର ଶୁକ୍ରବାର ଉଦଯାପିତ ହୋଇଛି। ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ଲୋକସଭା ସାଂସଦ ନାରାୟଣ ପାଣି, ସମ୍ମାନିତ ଅତିଥି ଭାବେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର ପ୍ରଭୁ ଜଗନ୍ନାଥଙ୍କ ନିକଟରେ ଦୀପ ପ୍ରଜ୍ଜ୍ଵଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। କଳାକାର ସଭାପତି ବୀରେନ୍ଦ୍ର କୁମାର ପ୍ରଧାନ ସ୍ୱାଗତ ଅଭିଭାଷଣ ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ପ୍ରଥମେ ଦିବଂଗତ କଳାକାର ସଦସ୍ୟଙ୍କ ଅମର ଆତ୍ମାର ସଦଗତି ପାଇଁ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା।

ପରେ ପରେ କଳାକାର ପାରମ୍ପରିକ ସଂଗୀତ ଓ ବୋଇତ ବନ୍ଦାଣ ନୃତ୍ୟ ନାଟିକା ପରିବେଷଣ କରାଯାଇଥିଲା। ସମ୍ପାଦକ ବିଭୂତି ଭୂଷଣ ମହାପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ। ଅତିଥିଙ୍କ ଦ୍ୱାରା ଏକ ସ୍ମରଣିକା ଉନ୍ମୋଚନ କରାଯାଇଥିଲା। ଏ ଅବସରରେ ବରିଷ୍ଠ କଣ୍ଠଶିଳ୍ପୀ ତାନସେନ ସିଂ, ଅନୁଗୁଳର ବରିଷ୍ଠ ଚିତ୍ରକର, ସଙ୍ଗୀତଜ୍ଞ ଲମ୍ବୋଦର ନାଏକଙ୍କୁ କଳାକାର ପ୍ରତିଭା ସମ୍ମାନରେ ଅତିଥି ମାନେ ପୁଷ୍ପଗୁଚ୍ଛ, ଉପ ଢ଼ୌକନ, ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର ବିଜେତାଙ୍କୁ ଅତିଥି ପୁରସ୍କୃତ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଉପଦେଷ୍ଟା ଭୂପେଶ ଚନ୍ଦ୍ର ପ୍ରଧାନ, ଡ. କୃଷ୍ଣଚନ୍ଦ୍ର ଦାସ, କ୍ଷୀରୋଦ ପାତ୍ର ଉପସ୍ଥିତ ଥିଲେ, ଡ. ବୈରାଗୀ ଚରଣ ମଲ୍ଲିକ, ଡ. ଇନ୍ଦିରା ଦାସ, ପ୍ରତ୍ୟୁଷା ରଥ, ଉପସଭାପତି କାମାକ୍ଷା ପ୍ରସାଦ ଜେନା, ଦେବବ୍ରତ ପଟ୍ଟନାୟକ, ପ୍ରଶାନ୍ତ ରଥ, ଅନିତା ସିଂହ ଦେଓ, ପ୍ରଫୁଲ ଦାସ, ରୁଚିର କୁମାର ବରାଳ, ସନ୍ତୋଷ କୁମାର ନାୟକ, ଅଜୟ କୁମାର ସାହୁ, ବିଦେଶୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply